ବିଧାୟକଙ୍କ ଦ୍ୱାରା ବାଙ୍ଗୋର ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାଶ

ହାଟହିହି,(ବିକାଶ ବିଶ୍ୱାଳ) : ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦ୍ୱାରା ହାଟଡିହି ବ୍ଲକ ବାଙ୍ଗୋର ଗ୍ରାମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାଶ କରାଯାଇଛି । ବାଙ୍ଗୋର ଗାଁ ମୁଣ୍ଡ ନିକଟରେ ଆଦୀବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ହାଟପିଣ୍ଡି, ଗେଟ ଓ ପରିଶ୍ରାଗାର ର ବିଧାୟକ ଶ୍ରୀଯୁକ୍ତ ସେଠୀ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିବା ବେଳେ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ୯ଲକ୍ଷ ଟଙ୍କା ବ୍ୟୟରେ ହେବାକୁଥିବା କମ୍ୟୁନିଟ ସେଣ୍ଟର ଓ ନାଇକସାହି ଠାରେ କଲଚର କ୍ଲବର ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ । ସେହିପରି ଡାକଘରର ନୁତନ ଗୃହକୁ ବିଧାୟକ ଶ୍ରୀ ସେଠୀ ଉଦଘାଟନ କରିଥିଲେ । ତାଙ୍କ ସହିତ ବ୍ଲକ ସଭାପତି ସୁରେନ୍ଦ୍ର କୁମାର ଜେନା, ବ୍ଲକର କନିଷ୍ଠଯନ୍ତ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ବିଜେଡି ନେତା ରବିନ୍ଦ୍ର ସାହୁ, ସୋମନାଥ ଦାସ, ସୁଧାକର ଓଝା, ବାବୁଲି ପଟ୍ଟନାୟକ, ପ୍ରଦୀପ କୁମାର ଜେନା, କୃଷ୍ଣଚନ୍ଦ୍ର ପରିଡା, ବସନ୍ତ କୁମାର ପଢ଼ିଆରୀ, ପବିତ୍ର ମୋହନ ପେଡା, ରବିନ୍ଦ୍ର କୁମାର ସାହୁ, ସୁବୋଧ ପଣ୍ଡା,ବସନ୍ତ କୁମାର ସାହୁ, ନାରାୟଣ ନାୟକ, ବାବୁଲି ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକ ଗ୍ରାମର ଅନେକ ବୃଦ୍ଧ, ବୃଦ୍ଧାଙ୍କୁ ଭେଟି ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବାସହ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ମୁନାପାତ୍ର, ବସନ୍ତ କୁମାର ପୃଷ୍ଟି, ରଘୁନାଥ ପରିଡା, ବଟକୃଷ୍ଣ ବେହେରା, ମହେଶ ଚନ୍ଦ୍ର ବାରିକ, ମହେଶ୍ୱର ସାହୁ, ଗଙ୍ଗା ବେହେରା, ରେଖା ନାଏକ, ବୁଟୁୁ ପଲେଇ, ଦୀନବନ୍ଧୁ ପଲେଇ, ଶ୍ରୀକାନ୍ତ ପଢ଼ିଆରୀ, ପ୍ରଫୁଲ ସାହୁ, ଟୁଇଙ୍କିଲ ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ