ଅଧିକ ଧାନ ମହଜୁଦ୍ ରଖିବା ଅଭିଯୋଗରେ ମିଲର ନିଲମ୍ବିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଅଧିକ ଧାନ ମହଜୁଦ୍ ରଖିବା ଅଭିଯୋଗରେ ଜଣେ ମିଲରଙ୍କୁ ଜିଲା ଯୋଗାଣ ବିଭାଗ ନିଲମ୍ବିତ କରିଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ଶନିବାର ଜିଲା ଯୋଗାଣ ବିଭାଗ ପକ୍ଷରୁ ବନ୍ତ ବ୍ଲକ ତୋଡଗାଁସ୍ଥିତ ଉମାପତି ରାଇସ୍ ମିଲ୍ ଉପରେ ଚଢାଉ କରାଯାଇଥିଲା । ଜିଲା ଯୋଗାଣ ଅଧିକାରୀ ରଞ୍ଜନ ସେଠ, ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ କେଦାର ନାୟକ, ବ୍ଲକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରା ଏହି ଚଢାଉ କରିଥିଲେ । ଚଢାଉ ବେଳେ ଉକ୍ତ ମିଲ୍ରେ ଧାର୍ଯ୍ୟ କୋଟା ଠାରୁ ୩ ହଜାର ୮ ଶହ ୫୪ କୁଇଁଣ୍ଟାଲ ୬୫ କିଗ୍ରା ଅଧିକ ଧାନ ମହୁଜୁଦ୍ ଥିବାର ଜଣାପଡିଥିଲା । ଏନେଇ ସୋମବାର ରିପୋର୍ଟ ପ୍ରଦାନ ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସଂପୃକ୍ତ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବା ସହ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି ।