ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ହଡପ୍ କରି ପଞ୍ଚାୟତ ଅଧିକାରୀ ହଟହଟା

ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବିଭିନ୍ନବ୍ଲକ୍ କାର୍ଯାଳୟରେ ବ୍ଲକ୍ କାର୍ଯ୍ୟାଳୟ କର୍ମଚାରୀ ମାନଙ୍କ ଦ୍ୱାରା ବ୍ଯାପକ ଦୁର୍ନୀତି ହୋଇଥିବା ପରିଲକ୍ଷିତ ହେଉଛି। ବିଭିନ୍ନ ବିଭାଗର ନିୟୋଜିତ କେତେକ ଲାଞ୍ଚୁଆ ସରକାରୀ କର୍ମଚାରୀଙ୍କ ପାଇଁ ସାରା ବିଭାଗ ବଦନାମ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏହାର ଜ୍ବଳନ୍ତ ଉଦାହରଣ ଆଜି ବାଲିକୁଦା ବ୍ଲକର ବାହାରଣା ପଞ୍ଚାୟତରେ ଦେଖିବାକୁ ମିଳିଛି। ବାହାରଣା ପଞ୍ଚାୟତର କାର୍ଯ୍ଯ ନିର୍ବାହୀ ଅଧିକାରୀ ସହଦେବ ବେହେରା ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ହରିଲୁଟ କରି ଧରାପଡ଼ି ଅନ୍ଯତ୍ର ବଦଳି ହୋଇଥିବା ଖବର ବାଲିକୁଦା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଦରିଦ୍ର ସୀମା ରେଖା ତଳେ ଥିବା ପରିବାରର ମୃତକଙ୍କଶବଦାହ ପାଇଁ ପରିବାରକୁ ଦୁଇ ହଜାର ଟଙ୍କା ସହାୟତା ରାଶି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥାଏ। ଯାହାକି ମୃତକ ପରବାରପାଇଁ ବିରାଟ ସହାୟକ ହୋଇଥାଏ। ଶ୍ମଶାନକୁ ଯିବାସମୟରେ ଏହି ଅର୍ଥ ରାଶି ଯୋଗାଇ ଦେବାକୁ ନିର୍ଦ୍ଦେଶ ଥିବାବେଳେ କେତେକ କ୍ଷେତ୍ରରେ ଏହି ନିୟମ ବଦଳି ଯାଇ ମୃତ୍ୟୁ ବରଣର ଦୁଇ ତିନି ଦିନ ପରେ ଅର୍ଥ ରାଶି ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଏହି ସାମାନ୍ୟ ଅର୍ଥ ରାଶି ହଡପକରିବା ଓ ନକଲି ଦସ୍ତଖତ ଟିପ ଦେଇ ଅର୍ଥକୁ ଆତ୍ମସାତ କରିବା ବ୍ଯକ୍ତି ପ୍ରତି କୋହଳ ବଦଳି ଦଣ୍ଡ ବିଧାନ ଘଟଣା ପ୍ରତି ସନ୍ଦେହ ସୃଷ୍ଟି କରିବା ଆଲୋଚନା ହେଉଛି। ଏହି ଘଟଣାରେ କେବଳ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂପୃକ୍ତ କିମ୍ବା ଅନ୍ୟ କୌଣସି କର୍ମଚାରୀ ସଂପୃକ୍ତ ଅଛନ୍ତି ସେସବୁ ଜଣା ପଡିଲା ନାହିଁ। ମାର ମାର ଭଣ୍ଡାରିଆକୁ ମାର ସୂତ୍ରରେ ଅନ୍ୟମାନେ ଖସିଗଲେ।ଖବରରୁ ଜଣାଯାଏ ବାହାରଣା ପଂଚାୟତର ଗୋଟିଏ ବର୍ଷର ମୃତକ ମାନଙ୍କ ପାଇଁ ଆସିଥିବା ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ହରିଲୁଟ ଉପରେ ସୂଚନା ଅଧିକାର ଆଇନ ତଥ୍ୟ ମଗାଯାଇଥିଲା। ଗୋଟିଏ ବର୍ଷରେ ଦଶଜଣ ମୃତକଙ୍କ ହରିଲୁଟ ଅର୍ଥ ରାଶି ଜବତ କରି ବାଲିକୁଦା ବିଡିଓ ମୃତକଙ୍କ ପରିବାରକୁ ସହାୟତା ଅର୍ଥ ରାଶି ଆଜି ପ୍ରଦାନ କରିଥିଲେ। ଯଦି ଗୋଟିଏ ପଞ୍ଚାୟତରେ ଦଶଜଣଙ୍କ ଅର୍ଥ ରାଶି ହଡପ ହୋଇଥିଲା ତେବେ ଜଗତସିଂହପୁର ଜିଲ୍ଲାର ଆଠ ଗୋଟି ବ୍ଲକର କେତେ ଜଣ ମୃତକଙ୍କ ସହାୟତା ରାଶି ହଡପ ହୋଇଥିବ ତାହା ତଦନ୍ତ ସାପେକ୍ଷ। ଏହି ପରି ଜନହିତକର ଠକାମି କାର୍ଯ୍ୟ କରିଥିବା ଘଟଣାକୁ ଲୋକ ଲୋଚନକୁ ଆଣିଥିବା ପଞ୍ଚାୟତର ଯୁବ ସାମ୍ବାଦିକ ଜାମେଶ କୁମାର ମୁଦୁଲି ପ୍ରଶଂସିତ ହୋଇଥିବା ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ