ଉତ୍ତମ ମାନର ସ୍କୁଲ ପୋଷାକ ଯୋଗାଇବାକୁ ଦାବି

ରାଇକିଆ,(ଓ୍ବାଇଏନ୍ଏସ୍): ଆସନ୍ତା ସାଧାରଣ ତନ୍ତ୍ର ଦିବସ ଅବସର ରେ  କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରାଯିବ । ଏଥି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଚଳିତ ବର୍ଷ ଯେପରି ଉନ୍ନତ ମାନର ପୋଷାକ ବଣ୍ଟନ କରାଯିବ ସେ ନେଇ ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନେ ଦାବି କରିଛନ୍ତି ।  ପୂର୍ବ ବର୍ଷ ବ୍ଲକ୍ ର ଆବାସିକ ବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟ ରେ ନିମ୍ନ ମାନର ପୋଷାକ ଯୋଗାଣ ହୋଇ ଥିବା ନେଇ ଅଭିଯୋଗ ହୋଇଥିଲା । ସରକାରୀ ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଛାତ୍ର ଛାତ୍ରୀ ଙ୍କୁ ଅତ୍ୟନ୍ତ ନିମ୍ନ ମାନର ପୋଷାକ ଯୋଗାଣ ହେଉଥିଲା ।   ତେଣୁ ଚଳିତ ବର୍ଷ ଚଳିତ ବର୍ଷ ଯେପରି ଉତ୍ତମ ମାନ ର ପୋଷାକ ଯୋଗାଣ ପାଇଁ ଅଭିଭାବକ ମହଲରେ ଦାବି ହୋଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ