ମନ ମୋହୁଚି ମଣ୍ଡ।ସରୁ ଇକୋ ଟୁରିଯିମ୍

 ରାଇକିଆ,(ଓ୍ବାଇଏନ୍ଏସ୍): କୋଭିଡ଼ କଟକଣା କୋହଳ ପରେ ଗତ ଏକ ମାସ ଧରି କନ୍ଧମାଳ ଜିଲ୍ଲା ଦାଇଙ୍ଗିବଡି ସମେତ ଜିଲା ର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକ ଙ୍କ ସୁଅ ଛୁଟିଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକ ଆସିଛନ୍ତି । ରାଇକିଆ ବ୍ଲକ୍ ରେ ଥିବା ମଣ୍ଡlସରୁ ଇକୋ  ଟୁରିଯିମ୍ ପର୍ଯ୍ୟଟକ ଙ୍କ ପାଇଁ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି ।  ରାଇକିଆ ଠାରୁ ମାତ୍ର ୧୦ କିମି ଏବଂ ଜିଲା ସଦର ମହକୁମା ଫୁଲବାଣୀ ଠାରୁ ୮୦ କିମି ଦୂରରେ ରହିଛି ଏହି ପର୍ଯ୍ୟଟନ ସ୍ଥଳୀ । ଏଠାରେ ଥିବା ପ୍ରାକୃତିକ ସୋନ୍ଦର୍ଯ୍ୟ ପର୍ଯ୍ୟଟମାନଙ୍କୁ ମନ ମୋହୁଛି । ଇକୋ  ଟୁରିଯିମ ତରଫରୁ ଛଅଟି କାଠର ବଙ୍ଗଳା ରହିଛି । ପର୍ଯ୍ୟଟକ ଙ୍କ ପାଇଁ ରାତ୍ର ଯାପନ ଏବଂ ଖାଇବା ପିଇବା ର ସୁବିଧା ମଧ୍ୟ ରହିଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ୱାଚ ଟାୱାର ରହିଥିବା ବେଳେ ଦୁଇ ଶହ ଫୁଟ ଉଚ୍ଚରୁ ପଡ଼ୁଥିବା ଜଳ ପ୍ରପାତ ମଧ୍ୟ ରହିଛି । ପିକନିକ ଋତୁ ଯୋଗୁଁ ବଣଭୋଜି ପାଇଁ ମଧ୍ୟ ଭିଡ଼ ଜମୁଛି । ଛୋଟ ପିଲାଙ୍କ ମନୋରଞ୍ଜନ କରିବା ପାଈଁ ବନ ବିଭାଗ ତରଫରୁ ଏକ ମିନି ପାର୍କ ମଧ୍ୟ କରାଯାଇଛି । ମଣ୍ତlସରୁ ଗ୍ରାମର ବନ୍ୟ ସଂରକ୍ଷଣ ସମିତି ର ସଦସ୍ୟ ଙ୍କ ହାତରେ ରହିଛି ଏହାର ପରିଚାଳନା ଦାୟିତ୍ଵ । ଯେ କୌଣସି ସମୟ ରେ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଚା, କଫି କିମ୍ବା ଖାଇବା ପିଇବା ପାଇଁ ଏକ ଛୋଟ ରେଷ୍ଟୁରାଣ୍ଟ ସଦୃଶ୍ୟ କାଠ ବଙ୍ଗଳା ରହିଛି । ପରିଚାଳନା କମିଟି ଦ୍ବାରା ସୁଲଭ ମୁଲ୍ୟ ରେ ମଧ୍ୟ ଯୋଗାଇ ଦିଆ ଯାଉଛି । ଏହା ସବୁଜ ଓ ଶାନ୍ତ ପରିବେଶ ମଧ୍ୟ ରେ ଥିବା ରୁ ସହର ର ବ୍ୟସ୍ତ ଜୀବନ ଭିତରୁ ସମୟ ବାହାର କରି ଏଇଠି ସମୟ ବିତାଇବାକୁ ପର୍ଯ୍ୟଟକ ପସନ୍ଦ କରୁଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ