କେନ୍ଦ୍ରାପଡା ଏସପିଙ୍କ ଦ୍ୱାରା ସଖିବଟ ଉନ୍ନୟନ ପରିଷଦ ନାମରେ ଏତଲା ଦରଜ ହେବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଓଡିଶା ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଓଡିଶା ଏଣ୍ଡାମେଂଟ କମିଶନର କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କୁ ଏକମାସ ମଧ୍ୟରେ ସଖିବଟ ଉନ୍ନୟନ ପରିଷଦର କର୍ମକର୍ତ୍ତାଙ୍କ ନାମରେ ଏତଲା ଦେବାକୁ ନିର୍ଦେଶ ଦେଇଥିବା ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଯେ ସଖିବଟର ମହନ୍ତ ସଦାନନ୍ଦ ଦାସ ଓଡିଶା ଉଚ୍ଚ ନ୍ୟାୟାଳୟରେ ୧୪୬୨୭/୨୦୨୦ରେ ଏକ ରିଟପିଟିସନ ଦାଖଲ କରିଥିଲେ । ସେହି କେଶର ବିଚାର କରି ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ ଓଡିଶା ଦେବୋତ୍ତର କମିଶନର ଗତ ତା ୫.୦୧.୨୦୨୧ରିଖରେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କୁ ସଖିବଟର ମାର୍ଫତଦାର ତଥା ମହନ୍ତ ସଦାନନ୍ଦ ଦାସଙ୍କ ଅଭିଯୋଗ ଉପରେ ଏକ ଏତଲା ରୁଜୁ କରିବାକୁ ନିର୍ଦେଶ ଦେଇଛନ୍ତି । ଏଥିସହିତ ସଖିବଟ ଉନ୍ନୟନ ପରିଷଦ ସର୍ବସାଧାରଣଙ୍କ ଠାରୁ କୈାଣସି ଚାନ୍ଦା ଆଦାୟ କରିପାରିବେନି ବୋଲି ଦେବୋତ୍ତର କମିଶନର ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ଏହାବ୍ୟତିତ ସଖିବଟ ମହାପୁରୁଷଙ୍କ ଦେବସ୍ଥଳିରୁ କୈାଣସି ପ୍ରକାରର ଗଛ କଟା ଯାଇପାରିବନି । ପର୍ଯ୍ୟଟନ ବିଭାଗ ଦେବୋତ୍ତର କମିଶନରଙ୍କ ବିନା ନିର୍ଦେଶରେ ଓ ମହନ୍ତ ଶ୍ରୀ ଦାସଙ୍କ ବିନା ମଞ୍ଜୁରୀରେ କୈାଣସି ନିର୍ମାଣ କାର୍ଯ୍ୟ କରିପାରିବେ ନାହିଁ ବୋଲି ନିର୍ଦେଶ ପ୍ରଦାନ କରାଯାଇଛି । ମାତ୍ର ପୂର୍ବରୁ ଏସମ୍ପର୍କରେ ଦେବୋତ୍ତର କମିଶନରଙ୍କ ନିର୍ଦେଶ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ରେଜେଷ୍ଟି ଚିଠି ଦ୍ୱାରା ଅବଗତ କରାଯାଇଥିଲେବି କିଭଳି ଭାବେ ଆସନ୍ତା ୧୬ତାରିଖରେ ପର୍ଯ୍ୟଟନ ମନ୍ତ୍ରୀ ସଖିବଟକୁ ଆସିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହା ଦେବୋତ୍ତର କମିଶନରଙ୍କ ନିର୍ଦେଶର ବିରୁଦ୍ଧାଚରଣ କରୁନାହିଁତ ?


