“ସାହିତ୍ୟ ଆସର ମକର ମିଳନ ଓ କବିତା ପାଠୋତ୍ସବ”

ଛତ୍ରପୁର,(ଦେବଦତ୍ତ ମହାରଣା): ପବିତ୍ର ମକର ସଂକ୍ରାନ୍ତି ଅବସରରେ ସ୍ଥାନୀୟ ପିଏନୟୁଏ କଲେଜ ପରିସରରେ ଛତ୍ରପୁର ସାହାତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର ମକର ମିଳନ ଓ କବିତା ପାଠୋତ୍ସବ ସଭାପତି ତଥା ଯୁବ ଆଇନଜିବୀ ବ୍ରଜ ମୋହନ ଆଚାର୍ଯ୍ୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହିଅବସରରେ ପାରମ୍ପରୀକ ରୀତି ଓ ଭିନ୍ନତା ମଧ୍ୟରେ ଭାଇଚାରାର ଏକ ଅନନ୍ୟ ସମ୍ପର୍କ ମକର ମିଳନ ଆଲୋଚନା ହୋଇଥିଲ।। ଏହାସହିତ ବ୍ୟାସ କବି ସାରସ୍ୱତ ପଂକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ଅଧ୍ୟାପକ ଡଃ.ହୃଷିକେଶ ପଣ୍ଡା ଓ ଡଃ. କେଶବ ଷଡଙ୍ଗୀ ଙ୍କ ସମେତ ଛତ୍ରପୁର ସହର ଓ ଆଖପାଖ ଅଂଚଳର ସାହିତ୍ୟକ ମାନେ ମକର ପର୍ବ ଏବଂ ଫକୀର ମୋହନ ସେନାପତିଙ୍କ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ତଥା ପିଏନୟୁଏ କଲେଜର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ଦାଶ, ସଂସଦର ସମ୍ପାଦକ ଦିଲ୍ଲୀପ କୁମାର ପଲାଇ, ଉପସଭାପତି କେ.ସତ୍ୟନାରାୟଣ ରେଡ୍ଡୀ, ପୂର୍ବତନ ଓକିଲ ସଂଘର ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା, ଜିଲ୍ଲା ଗ୍ରାନ୍ଥାଗାରିକ ଅମୀୟ କୁମାର ଧଳ, ସେକ୍ସନ ଅଫିସର ତଥା ସୁସାହିତ୍ୟକ ପ୍ରଶାନ୍ତ କୁମାର ଶତପଥୀ, କବି ତଥା ଶିକ୍ଷକ ଅଜିତ୍ କୁମାର ସେଠୀ,ଆଇନଜିବୀ ମନୋଜ କୁମାର ପାଢି, ଭୈରବୀ କୁମାର ପଟ୍ଟନାୟକ , ପି.ଧର୍ମାରେଡ୍ଡୀ , ମନୋଜ କୁମାର ବେହେରା, ରୀତା ରଥ, ସୋମନାଥ ସାହୁ, ତ୍ରିନାଥ ସାହୁ ଆଦିତ୍ୟ ନାରାୟଣ ମିଶ୍ର, କ୍ଷତିରାଜ ନାୟକଙ୍କ ସମେତ ବହୁ ସାହିତ୍ୟକ ମାନେ ଯୋଗଦେଇ ନିଜ ନିଜ କବିତା ପାଠ କରିଥିଲେ । ପ୍ରାରମ୍ଭ ସମ୍ପାଦକ ଶ୍ରୀ ପଲାଇ ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଡଃ.ଦାଶ ସ୍ୱାଗତ ଭାଷଣ ସହ ଅତିଥୀ ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଭକ୍ତି ସଂଗୀତ ଅଜିତ୍ ସେଠୀ ଗାନ କରିଥିବା ବେଳେ ବେଦମନ୍ତ୍ର ପ୍ରଫୁଲ କୁମାର ମହାପାତ୍ର ପାଠ କରିଥିଲେ । ଶେଷରେ ଉପସଭାପତି କେ.ସତ୍ୟନାରାୟଣ ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଂସଦ ପକ୍ଷର୍‌ୁ ସମସ୍ତ ମକର ଚାଉଳ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ