ପୃଷ୍ଟିକର ଉଦ୍ୟାନ ଉଦଘାଟିତ
ଚିକିଟି,(କୁରେଶୁ ସାହୁ): ଚିକିଟି ବ୍ଲକ କୃଷ୍ଣପୁର ନୋଡାଲ ହାଇସ୍କୁଲ ରେ ପୃଷ୍ଟିକର ଉଦ୍ୟାନ ରୋପଣ କାର୍ଯ୍ୟକ୍ରମ ର ଉଦଘାଟନ ହୋଇଯାଇଛି।ବି ଇ ଓ କୋରେଶ ସେଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିବା ବେଲେ ବି ଆର ସି ସି ପ୍ରଭଞ୍ଜନ ପଣ୍ଡା, ଏ ବି ଇଓ ଆର୍ତ୍ତତ୍ରାଣ ବେହେରା ଯୋଗ ଦେଇ ଉତ୍ଚାହିତ କରିଥିଲେ।ପିଲାଙ୍କୁ ମଧ୍ୟାଣ୍ଣ ଭୋଜନ ରେ ପୃଷ୍ଟିକର ଖାଦ୍ୟ ଯୋଗାଇବା ସରକାର ଙ୍କ ଏହି ଅଭିନବ ଯୋଜନାରେ ସ୍ୱାସ୍ଥ୍ୟ ଗତ ଉନ୍ନତିର ଆଶା ରଖିଛନ୍ତି ଅଭିଭାବକ।ଉଦ୍ୟାନ ରେ ସଜନା, ଅମୃତ ଭଣ୍ଡା, କଞ୍ଚା କଦଳୀ, ଲେମ୍ବୁ, ପିଜୁଳି, ପାଳଙ୍ଗ ଶାଗ ପ୍ରଭୂତି ରୋପଣ କରାଯାଇଛି।କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ମଦନ ମୋହନ ରଥ ଙ୍କ ନେତୃତ୍ୱରେ ହୋଇଥିବା ବେଳେ ସହକାରୀ ଶିକ୍ଷକ ହରିଶ୍ଚନ୍ଦ୍ର ବେହେରା, ପ୍ରତାପ ସାହୁ,ପ୍ରଦୀପ ସେଠୀ, ଜୁର ଗୌଡ଼, ଦେବପ୍ରସାଦ ପଢି ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ସହଯୋଗ କରିଥିଲେ।