ନବନିର୍ମାଣ କୃଷକ ସଙ୍ଗଠନର କିଷାନ ଦିଲ୍ଲୀ ଚଲୋ ଯାତ୍ରା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ଦିଲ୍ଲୀରେ ତିନି କଳା କାନୁନ ରଦ୍ଦ ଦାବିରେ ଚାଲିଥିବା କୃଷକ ଆନ୍ଦୋଳନକୁ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚାଇବା ପାଇଁ ଓଡ଼ିଶାରୁ ବାହାରିଥିବା କିଷାନ ଦିଲ୍ଲୀ ଚଲୋ ଯାତ୍ରା ଆଜି ୩ୟ ଦିନରେ ପହଞ୍ôଚଛି । ଆଜି ସକାଳୁ ରାଞ୍ଚିରେ ଚାଷୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସ୍ଥାନୀୟ କୃଷି ମନ୍ତ୍ରୀ ବାଦଲ ପତ୍ରଲେଖା ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରି ଓଡ଼ିଶାର ଚାଷୀମାନେ ଏହି ଐତିହାସିକ ଯାତ୍ରା କରି ଝାଡ଼ଖଣ୍ଡ ଚାଷୀମାନଙ୍କ ମଧ୍ୟରେ ଜାଗରଣ ଆଣିଛନ୍ତି ବୋଲି କହିଥିଲେ । ଏହା ସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି କହିଥିଲେ ଯେ ୨୦୨୪ରେ ଚାଷୀମାନେ ନରେନ୍ଦ୍ର ମୋଦିଙ୍କ ପାଇଁ ଦ୍ୱାର ବନ୍ଦ କରିଦେବେ । ଆମେ ଚାଷୀଙ୍କ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କରୋନା ସମୟରେ ୨୦୦୦ କୋଟି ଟଙ୍କାର ଚାଷୀ ଋଣ ଛାଡ଼ କରିଛୁ । ଏହି ସଭାରେ ଝାଡ଼ଖଣ୍ଡର ଜନ ଆନ୍ଦୋଳନର ବିଶିଷ୍ଟ ନେତ୍ରୀ ଦୟାମଣି ଓ ସିତୁର ରାଜ୍ୟ ସମ୍ପାଦକ ପ୍ରକାଶ ବିପ୍ଳବ ଓ ଗୁରୁଦ୍ୱାରା ପ୍ରବନ୍ଧନ ସମିତିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଆଜି ପାଖାପାଖି ୧୦ରୁ ୧୨ଟି ଜାଗାରେ ଓଡ଼ିଶାର ଚାଷୀମାନଙ୍କୁ ସ୍ଥାନୀୟ ଲୋକ ସଂଗଠନ, ଜନ ଆନ୍ଦୋଳନ କର୍ମୀ ଓ ରାଜନୈତିକ ବ୍ୟକ୍ତିଙ୍କ ତରଫରୁ ସ୍ୱାଗତ କରାଯାଇଥିଲା । ରାମଗଡ଼, ସୁବାସ ଚୌକ, ହଜାରି ବାଗ, ଚୌପାରଣ, ବାରାଚଟି ଓ ଗୟାରେ ଆନ୍ଦୋଳନକାରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ବାଟରେ ନେତାଜୀ ଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଅକ୍ଷୟ କୁମାର, ଶେଷଦେବ ନନ୍ଦ, ହିମାଂଶୁ ତିୱାରି ପ୍ରମୁଖ ମାଲ୍ୟଅର୍ପଣ କରିଥିଲେ । ନବନିର୍ମାଣ ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରି କହିଥିଲେ ଯେ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ବେପରବାୟ ଢଙ୍ଗରେ ଚାଷୀମାନଙ୍କୁ ବିଶ୍ୱାସକୁ ନ ନେଇ ଚାଷୀମାନଙ୍କ ବିରୋଧରେ ଯେଭଳି ଦମନଲୀଳା ଚଳାଇଛନ୍ତି ଏହାର ପରିସମାପ୍ତି ଘଟିବ । ଆନ୍ଦୋଳନ ବିରୋଧରେ ବିଜେପି ଆଇଟି ସେଲ୍ ତରଫରୁ ଓ ନେତାମାନେ ଯେଭଳି ଘନ ଘନ ମିଥ୍ୟା ପ୍ରଚାର ଚଳାଇଛନ୍ତି ତାକୁ ପ୍ରତିହତ କରି ଆନ୍ଦୋଳନକୁ ସାରା ଭାରତରେ ପ୍ରସାର କରିବା ଲାଗି ଏହି ୭ ଦିନିଆ କିଷାନ ଯାତ୍ରା ୭ଟି ରାଜ୍ୟକୁ ଛୁଇଁ ଦିଲ୍ଲୀକୁ ଯାଉଛି । ବାଟରେ ଆଜି ର୍ପୂବତନ ସାଂସଦ ଭୁବନେଶ୍ୱର ପ୍ରସାଦ ମେହେତ୍ତା ଆନ୍ଦୋଳନକାରୀଙ୍କୁ ସ୍ୱାଗତ କରିଥିଲେ । ଆଜି ଯାତ୍ରାରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଝାଡ଼ଖଣ୍ଡ ପ୍ରଭାରୀ ଗୌରବ କୁମାର ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମିରନ ସ୍ୱାଇଁ ଯୁବ ଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ । ଦେବୀ ପ୍ରସାଦ ମହାରଣା ବୈପ୍ଳବିକ ସଙ୍ଗୀତ ଗାନ କରି ଚାଷୀମାନଙ୍କ ମନରେ ଉନ୍ମାଦନା ସୃଷ୍ଟି କରିଥିଲେ । ଚାଷୀମାନଙ୍କର ଏହି ଯାତ୍ରା ପାଟଣାରେ ପହଞ୍ଚି ଓ ସେଠାରେ ପହଞ୍ଚି ଆନ୍ଦୋଳନ ଅଭିମୁଖେ ଯାଉଥିବା ଚାଷୀମାନେ ଯାତ୍ରା କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ