ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ରାସନ କାର୍ଡ;ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ
ଛତ୍ରପୁର,(ଦେବଦତ୍ତ ମହାରଣା) : ଧରାକୋଟ ବ୍ଲକ ଅନ୍ତର୍ଗତ ଜଗନମୋହନ ଗ୍ରାମ ପଞ୍ଚାୟତର ପୁଟୁ ଗ୍ରାମର ଯୋଗ୍ୟ ହିତାଧିକାରୀ ମାନେ ରାସନ କାର୍ଡରୁ ବଞ୍ଚିତ ହୋଇଥିବା ନେଇ ଗ୍ରାମର ୨୧ଜଣ ଯୋଗ୍ୟ ହିତାଧିକାରୀ ମାନେ ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ସେମାନେ ନିହାତି ଗରୀବ ଶ୍ରେଣୀ ଓ ଯୋଗ୍ୟ ହିତାଧିକାରୀ ହୋଇଥିବା ବେଳେ ସେମାନଙ୍କୁ ଜାଣିଶୁଣି ଏଥିରୁ ବାଦ୍ କରାଯାଇଛି । ଏନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଗୁହାରୀ ଜଣାଇଲେ ସୁଦ୍ଧା ସେମାନଙ୍କୁ ରାସନ କାର୍ଡ ପ୍ରଦାନ କରାଯାଉ ନାହିଁ । ସେମାନଙ୍କୁ ଜିଲ୍ଲାପାଳ ରାସନ କାର୍ଡ ଯୋଗାଇଲେ ସେମାନେ ବହୁତ ଉପକୃତ ହେବେ ବୋଲି କହିଥିଲେ । ଏହି ଦାବି ପତ୍ର ପ୍ରଦାନ ବେଳେ ସୁବାଷ ସ୍ୱାଇଁ, ଦୀନବନ୍ଧୁ ବେହେରା, ଲୋକନାଥ ମୁନି, ପିତାମ୍ବର ସେଠୀ, ଝୁନୁ ମୁନି , କୁନି ରାଉତ , ସୁଧାକର ମୁନିଙ୍କ ସମେତ ୨୧ଜଣ ଯୋଗ୍ୟ ହିତାଧିକାରୀ ମାନେ ଉପସ୍ଥିତ ଥିଲେ ।