ଅରୁଣାଚଳପ୍ରଦେଶରେ ଗାଁ ବସାଇଛି ଚୀନ୍

ନୂଆଦିଲ୍ଲୀ:ଭୂଟାନ ପରେ ଏବେ ଅରୁଣାଚଳ ପ୍ରଦେଶ ସୀମାରେ  ସ୍ବତନ୍ତ୍ର ଗାଁ ବସାଇଛି ଚୀନ । ଅରୁଣାଚଳ ପ୍ରଦେଶର ସାରି ଚୁ ନଦୀ ନିକଟ ଉପର ସୁବନ୍‌ସିରି ଜିଲାରେ ଏହି ଗାଁ ସ୍ଥାପନ ହୋଇଛି । ଭାରତ ଅଞ୍ଚଳର ସାଢ଼େ ୪ କିଲୋମିଟର ଭିତରେ ଏହି ଗାଁ ନିର୍ମିତ ହୋଇଛି । ସମ୍ପୃକ୍ତ ଅଞ୍ଚଳ ଭାରତ ଓ ଚୀନ ମଧ୍ୟରେ ବିବାଦୀୟ ଭାବେ ଚିହ୍ନଟ ହୋଇ ରହିଥିଲେ ମଧ୍ୟ ଚୀନ ଜୋର ଜବରଦସ୍ତ ଏହି ଗ୍ରାମ ନିର୍ମାଣ କରିଥିବା ଏବେ ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି । ସୂଚନାନୁଯାୟୀ, ଗତ ନଭେମ୍ବର ୧ ସୁଦ୍ଧା ଏହି ଗ୍ରାମ ନିର୍ମାଣ ହୋଇଛି ଯେଉଁଠାରେ ୧୦୧ ଗୋଟି ଘର ରହିଛି । ବର୍ତ୍ତମାନର ଚୀନ ସାମରିକ ଘାଟିଠାରୁ ଏହା ମାତ୍ର ଗୋଟିଏ କିଲୋମିଟର ମଧ୍ୟରେ ଏବଂ ମ୍ୟାକ୍‌ମୋହନ ଲାଇନ୍‌ର ଦକ୍ଷିଣକୁ  ଅବସ୍ଥିତ । ସୂଚନାଯୋଗ୍ୟ ଯେ ସାରି ଚୁ ନଦୀ ଦୁଇ ଦେଶ ମଧ୍ୟରେ ୧୯୫୯ଠାରୁ ଆରମ୍ଭକରି ଅଦ୍ୟାବଧି ଏକାଧିକ ବିବାଦ ଓ ସଂଘର୍ଷର ସାକ୍ଷୀ । ବିସ୍ମୟର କଥା ହେଉଛି, ଭାରତୀୟ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଜାଣିପାରି ନାହାନ୍ତି । ଏବେ ବୈଦେଶିକ ମନ୍ତ୍ରଣାଳୟକୁ ଉକ୍ତ ଉପଗ୍ରହ ଚିତ୍ର ପ୍ରଦାନ କରାଯିବା ପରେ ମନ୍ତ୍ରଣାଳୟ ପକ୍ଷରୁ ସରକାର ଏଥିପ୍ରତି ସତର୍କ ଧ୍ୟାନ ରଖିଛନ୍ତି ବୋଲି କୁହାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ