ନିଳୋକରେ କୃଷକ ସଭାର ପଥପ୍ରାନ୍ତ ସଭା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ବଜାର ଠାରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବୀରେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶତାଧିକ ମହିଳା ଓ ପୁରୁଷ କୃଷକ ମାନେ କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହାର, ଏମ୍‌.ଏସ.ପିକୁ ଆଇନଗତ ବ୍ୟବସ୍ଥା, ଅତ୍ୟାବଶ୍ୟକ ସାମଗ୍ରୀକୁ ସରକାର ନିୟନ୍ତଣ ପରିସରଭୁକ୍ତ କରିବା ଆଦି ଦାବୀରେ ଏକ ପଦଯାତ୍ରା ନିଳୋକ ବଜାର ଠାରୁ ବାହାରି ପଳାସଗଢିଆ ଓ ନିଳୋକ ଗ୍ରାମ ପଞ୍ଚାୟତ ପରିକ୍ରମା କରି ନିଳୋକ ବଜାର ଠାରେ ପହଞ୍ଚିଥିଲା । କୃଷକ ସଭାର ନେତା କିଶୋର ବେହେରାଙ୍କ ସଭାପତିତ୍ୱ ଓ ପ୍ରାକ୍ତନ ସରପଞ୍ଚ ଅଭିମନ୍ୟୁ ଜେନାଙ୍କ ସଂଯୋଜନାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଖିଳ ଭାରତ କୃଷକ ସଭାର ଜିଲା ନେତା ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସୁବାଷ ବେହେରା, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଫକୀର ଚରଣ ବିଶ୍ୱାଳ, ରମେଶ ଜେନା, ନିରଂଜନ ନାୟକ, ପରମେଶ୍ୱର ବାରିକ, ରବିନ୍ଦ୍ର ତରେଇ ଯୋଗ ଦେଇ ଜିଲାରେ କୃଷକ ସଂଘର୍ଷ ସମିତି ତରଫରୁ ଯେଉଁ ଆନ୍ଦୋଳନ ଚାଲିଛି ଉକ୍ତ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇବା ସହିତ ମୋଦି ସରକାର କୃଷକ ବିରୋଧି କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ପଦଯାତ୍ରା ଓ ସଭାକୁ ଭାସ୍କର ମହାନ୍ତି, ଯୁଧିଷ୍ଠିର ଜେନା, ପଧାନପଡା ସମିତି ସଭ୍ୟ ରତିକାନ୍ତ ଜେନା, ଅବଦୁଲ୍ଲା ଖାଁ, କୃଷ୍ଣ ଚନ୍ଦ୍ର ରାଉତ, ବିଷ୍ଣୁ ଜେନା, ସଂଜୟ ସାମଲ, କୃଷ୍ଣ ଚନ୍ଦ୍ର ଜେନା, କିଶୋର ବିଶ୍ୱାଳ, ଅନିରୁଦ୍ଧ ଜେନା, ପର୍ଶୁରାମ ସ୍ୱାଇଁ, ମହିଳା ନେତ୍ରୀ ଅନିତା ଜେନା, ଜୟନ୍ତୀ, ବାସନ୍ତୀ, ଗୋଲାପ ଦାସ, ସୌଦାମିନୀ ଜେନା, ରମାମଣି, କନକଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ