ଆଇଏନ୍ଏକ୍ସ ମିଡିଆ ମାମଲା : ଚିଦମ୍ବରମ୍ ଙ୍କୁସମନ୍ କଲେ ସିବିଆଇ କୋର୍ଟ
ନୂଆଦିଲ୍ଲୀ : ଆଇଏନ୍ଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲାରେ ଆସନ୍ତା ସୋମବାର ଅପରାହ୍ନରେ କଂଗ୍ରେସ ନେତା ପି ଚିଦମ୍ବରମ୍ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ । ମନି ଲଣ୍ଡ୍ରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚିଦମ୍ବରମ୍ଙ୍କୁ ଜେରା କରିବାପାଇଁ କୋର୍ଟରେ ଅନୁରୋଧ କରିବା ପରେ କୋର୍ଟ ଏନେଇ ପ୍ରଡକ୍ସନ୍ ୱାରେଣ୍ଟ୍ ଜାରି କରିଛନ୍ତି । ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହର ଚିଦମ୍ବରମଙ୍କୁ ଆସନ୍ତା ସୋମବାର ଅପରାହ୍ନ ୩ଟାରେ କୋର୍ଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଅଗଷ୍ଟ ୨୨ ତାରିଖରେ ସିବିଆଇ ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଥିବା ଚିଦମ୍ବରମଙ୍କୁ ଇଡି ପୁଣିଥରେ ଗିରଫ କରିବ ବୋଲି କୁହାଯାଉଛି । ଇଡି ପକ୍ଷରୁ କୋର୍ଟରେ କୁହାଯାଇଛି ଯେ ଚିଦମ୍ବରମଙ୍କୁ ହାଜତ ଜେରା ଜରୁରୀ ହୋଇପଡ଼ିଛି ।


