ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ୨୪ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୨୪ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କେତେକ ସ୍ଥାନରେ ବଜ୍ରପାତର ଆଶଙ୍କା ରହିଛି । ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶା ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ପ୍ରଭାବରେ ୧୨ତାରିଖ ମଧ୍ୟାହ୍ନ ସୁଦ୍ଧା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଧା ଓ ନୟାଗଡ଼ରେ ହାଲକା ବର୍ଷା ହେବ । ୧୩ ତାରିଖ ସକାଳ ପର୍ଯ୍ୟନ୍ତ କେତେକ ସ୍ଥାନରେ ମେଘୁଆ ପାଗ ରହିବା ସହ ଘଡ଼ଘଡ଼ି ଓ ବଜ୍ରପାତ ହୋଇପାରେ । ଏହା ପରେ ପାଗରେ ପରିବର୍ତନ ଆସିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଗତ ୩୬ ଘଣ୍ଟା ମଧ୍ୟରେ ପାରାଦୀପରେ ୬୫.୨ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୩୨.୬, ଦାରିଙ୍ଗବା?ିରେ ୧୯, ଗୋପାଳପୁର, ସୁନ୍ଦରଗଡ଼, ଚାନ୍ଦବାଲି ଓ କଟକରେ ୨ମିମି ଲେଖାଏ ବର୍ଷା ହୋଇଥିବା ସୂଚନା ମିଳିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଜାମ୍ମୁ ଓ କାଶ୍ମୀର ସମେତ ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତନ କରିଛି । ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ର କିଛି ଅଞ୍ଚଳ, ପୂର୍ବ ମଧ୍ୟପ୍ରଦେଶ, ପଶ୍ଚିମ ମଧ୍ୟପ୍ରଦେଶର କିଛି ଅଂଶ, ସୌରାଷ୍ଟ୍ର, ଗୁଜୁରାଟ ଓ କଚ୍ଛର କିଛି ଅଞ୍ଚଳରୁ ମେ?ସୁମୀ ପ୍ରତ୍ୟାବର୍ତନ କରିଛି । ତାପମାତ୍ରା ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ କମିଛି । ଆସନ୍ତା ୨ ଦିନ ମଧ୍ୟରେ ପଶ୍ଚିମ ଓ ପୂର୍ବ ଭାରତ ରାଜ୍ୟଗୁଡ଼ିକରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ ।


