ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦୁର୍ଘଟଣା ମାମଲାରେ ସେଙ୍ଗାରଙ୍କ ବିରୋଧରେ ନରହତ୍ୟା ଚାର୍ଜ କଲା ନାହିଁ ସିବିଆଇ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ସମ୍ମୁଖୀନ ହାଇଥିବା ସଡ଼କ ଦୁର୍ଘଟଣା ଯୋଜନାବଦ୍ଧ କାର୍ଯ୍ୟ ନୁହେଁ, ବରଂ ଡ୍ରାଇଭରଙ୍କ ବେପରୁଆ ଟ୍ରକ୍ ଚାଳନା ଯୋଗୁଁ ଘଟିଛି ବୋଲି ମାମଲାର ତଦନ୍ତ କରୁଥିବା ସିବିଆଇ ଜାଣି ପାରିଛି । ପ୍ରାୟ ଦୁଇ ମାସ ଧରି ବ୍ୟାପକ ତଦନ୍ତ କରିବା ପରେ ଶୁକ୍ରବାର ଦିନ ସିବିଆଇ ଏହି ମାମଲାର ଚାର୍ଜସିଟ୍ ଦାଖଲ କରିଛି, କିନ୍ତୁ ଏଥିରୁ ଉନ୍ନାଓ ବିଧାୟକ କୁଳଦୀପ ସିଂହ ସେଙ୍ଗାରଙ୍କ ବିରାଧରେ ଥିବା ହତ୍ୟା ଉଦ୍ୟମକୁ ବାଦ ଦେଇଛି । କିନ୍ତୁ ସେଙ୍ଗାର୍, ତାଙ୍କ ଭାଇ ମନୋଜ ଏବଂ ଅରୁଣ, ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ଥିବା ତାଙ୍କ ଜ୍ୱାଇଁ ଅରୁଣ ସିଂହଙ୍କ ବିରୋଧରେ ଧମକ ଓ ଷଡ଼ଯନ୍ତ୍ର କରିଥିବା ଚାର୍ଜ ହାଇଛି । ଟ୍ରକ୍ ଚାଳକ ଅରୁଣ କୁମାର ପାଲ୍ଙ୍କ ବିରାଧରେ ଆଇପିସି ଧାରା ୩୦୪-କ, ୩୩୮ ଏବଂ ୨୭୯ ଆଦି ଲାଗୁ କରାଯାଇଛି । ପୀଡ଼ିତାଙ୍କର ଦୁଇ ମାଉସୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଅସ୍ପଷ୍ଟ ନମ୍ବର ପ୍ଲେଟ୍ ଥିବା ଟ୍ରକ୍ଟି ରାଏ ବରେଲି ନିକଟରେ ଜୁଲାଇ ୨୮ ତାରିଖ ଦିନ ଦୁଷ୍କର୍ମ ପୀଡ଼ିତା, ତାଙ୍କ ଆତ୍ମୀୟ ଓ ଓକିଲ ଯାତ୍ରା କରୁଥିବା କାରକୁ ଧକ୍କା ଦେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ