ବିଦ୍ୟାଳୟ ଶ୍ରେଣୀଗୃହ ସ୍ଥାପନ ସକାଶେ ଭିତିପ୍ରସ୍ତର ସ୍ଥାପନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ରାଜ୍ୟର ୧୦୧ଟି ଉଚ୍ଚ ବିଦ୍ୟାଳୟରେ ସେଂଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ । ପାଠ୍ୟକ୍ରମରେ ସ୍ପୋକେନ ଇଂରାଜୀ ବିଷୟ ସାମିଲ କରାଯିବ ସହ ଉନ୍ନତମାନର ପାଠାଗାର ସ୍ଥାପନ କରି ଶିକ୍ଷାର୍ଥୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ସକାଶେ ମୂଳ ଲକ୍ଷ୍ୟ ରହିଛି । ଏଥି ପୂର୍ବରୁ ହିଞ୍ଜିଳିକାଟୁ ପୌରାଂଚଳର ସରକାରୀ ବୃନ୍ଦାବନ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସଲେନ୍ସ ଘୋଷଣା କରାଯାଇଥିଲା । ସ୍ଥାନୀୟ ବ୍ଳକର ୨୩ଟି ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସିଲେନ୍ସରେ ସ୍ଥାନିତ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ସମେତ ଶିକ୍ଷା ବିଭାଗର ବିଭିନ୍ନ ଅଧିକାରୀ ହିଞ୍ଜିଳି ଗ୍ରସ୍ତରେ ଆସି ବିଦ୍ୟାଳୟ ଗୁଡ଼ିକର ଆବଶ୍ୟକୀୟ ଭିତିଭୂମି ଯାଂଚ ଓ ସମୀକ୍ଷା କରୁଥିବାର ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ବ୍ଳକ ଚାନ୍ଦୁଲି ପଂଚାୟତ ଅଧିନସ୍ଥ ଖଣ୍ଡରା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଆବଶ୍ୟକ ଶ୍ରେଣୀ ଗୃହର ଅଭାବ ରହିଥିବା ବେଳେ ମଙ୍ଗଳବାର ନୂତନ ଶ୍ରେଣୀ ଗୃହ ନିର୍ମାଣ ସକାଶେ ଭିତପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର, ସରଂପଚ ଲକ୍ଷ୍ମଣ ଗଉଡ଼, ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ଡ଼ି. ବିଶ୍ୱନାଥ, ଅଶୋକ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଞ୍ଜନ ଗଉଡ଼ ଓ ସୁନିଳ ପଣ୍ଡା ପ୍ରମୁଖ ଯୋଗ ଦେଇ ଭତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ଅତିଥି ବୃନ୍ଦ ରାଜ୍ୟ ସରକାରଙ୍କ ଗୁଣାତ୍ମକ ଶିକ୍ଷା ଏବଂ ଶୈଖିକ ପରିବେଶକୁ ସୁଦୃଢ କରି ଏକ ଆଦର୍ଶ ବିଦ୍ୟାଳୟ ଭାବେ ଗଢି ତୋଳିବା ସକାଶେ ଗ୍ରାମବାସୀଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ନୃସିଂହ ପାତ୍ର, ଗ୍ରାମ ସେବକ କିଶୋର ସାହୁ, ଦଣ୍ଡପାଣି ପଣ୍ଡା, ଲଡ଼ୁ ଗଉଡ଼, ଫକିର ସାହୁ, ସୁଧିର ସ୍ୱାଇଁ, ରାଜୁ ସେଠି, ଶଙ୍କର ଗଉଡ଼ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ବେହେରା ପରିଚାଳନା କରିଥିବା ଶିକ୍ଷକ, ଶିକ୍ଷୟତ୍ରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ