ବେଦାନ୍ତର ପ୍ରଥମ କୋଭିଡ ଟୀକାକରଣ

ଝାରସୁଗୁଡା,(ଓ୍ବାଇଏନ୍ଏସ୍): ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ  ଏବଂ ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ, ଏହାର ମେଡିକାଲ କର୍ମଚାରୀ ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ପରିଚାଳନା କରିବାରେ ବେଦାନ୍ତ ଗୃପରେ ପ୍ରଥମ ହୋଇଛି । ଓଡ଼ିଶାର ଝାରସୁଗୁଡା ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର ସହଭାଗିତାରେ ପ୍ରଥମ ପର୍ଯ୍ୟାୟରେ ବେଦାନ୍ତର ବୃତିଗତ ସ୍ୱାସ୍ଥ୍ୟଦଳର ୧୨୫ଜଣ କର୍ମଚାରୀଙ୍କୁ ଟିକାଦିଆଯିବ । ସମସ୍ତ କୋଭିଡ ନିର୍ଦ୍ଦେଶାବଳୀକୁ କଡାକଡି ପାଳନକରି ଆଜିର ଟୀକାକରଣ ଡ୍ରାଇଭ୍ ଜିଲ୍ଲା ପ୍ରଶାସନର ତୀକ୍ଷ୍ଣ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା, ଯେଉଁଠି ଟିକା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଚିକିତ୍ସା ଉପକରଣ ମଧ୍ୟ ଯୋଗାଇଥିଲା ।ମହାମାରୀ ବିରୁଧ୍ୟରେ ଓଡ଼ିଶା ରାଜ୍ୟ ସରକାରଙ୍କ ଅପୂବ ଉଦ୍ୟମକୁ ପ୍ରଶଂସା କରିବାକୁ ଯାଇ ବେଦାନ୍ତ ଲିମିଟେଡ଼ – ଆଲୁମିନିୟମ ବ୍ୟବସାୟର ସିଇଓ ରାହୁଲ ଶର୍ମା ମତବ୍ୟକ୍ତ କରିଥିଲେ ଯେ, “ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ମହାମାରୀର ମୁକାବିଲା ପାଇଁ ଓଡିଶା ରାଜ୍ୟ ଆଗରେ ରହିଛି । ପରିସ୍ଥିତିର ମୁକାବିଲା ପାଇଁ ଓଡିଶା ସରକାରଙ୍କ ଦ୍ରୁତ ଏବଂ ଦୃଢ଼ ପ୍ରତିକ୍ରିୟା, ପ୍ରତ୍ୟେକ ଜିଲ୍ଲାରେ କୋଭିଡ ହସ୍ପିଟାଲ ଗଠନ ଠାରୁ ଆରମ୍ଭକରି କଡା ଜନସାଧାରଣ ପ୍ରୋଟୋକଲ ଲାଗୁକରିବା ପର୍ଯ୍ୟନ୍ତ ଏହି ରୋଗକୁ ନିୟନ୍ତ୍ରଣରେ ରଖିବା ଏକ ଉତ୍କୃଷ୍ଟ ଉଦାହରଣ ସାଜିଛି । ଓଡିଶାରେ କୋଭିଡ-୧୯ ଆରମ୍ଭହେବା ପରଠାରୁ ଆମେ ରାଜ୍ୟ ସରକାର, ଝାରସୁଗୁଡା ଏବଂ କାଲାହାଣ୍ଡିର ଜିଲ୍ଲାପ୍ରଶାସନ ଏବଂ ସ୍ଥାନୀୟ ସମ୍ପ୍ରଦାୟକୁ ଏହି ପ୍ରକ୍ରିୟାରେ ୧୦ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଂଚିଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ