ପରିବାରର ୩ ଜଣଙ୍କ ବୋଝ ଅନ୍ଧ ପୁଆ ହାତରେ ନା ରହିବାକୁ ଅଛି ଘର ନା ଅଛୀ ଜାଗା, ଭିକମାଗି ଚଳୁଛି ପରିବାର

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଗଣମାଧ୍ୟମ, ଖବର କାଗଜରେ ପ୍ରଚାର ପ୍ରସାର କରନ୍ତି ଗରିବଙ୍କ ପାଇଁ ବିଭିନ୍ନ ଗଢିଥିବା ନେଇ । ହେଲେ ଏ ସବୁ ଯୋଜନା ନାମକୁ ମାତ୍ର କାଗଜ କଲମରେ ଗରିବଙ୍କ କାମରେ ଆସୁନି କୌଣସି ଯୋଜନା । ରାଜ୍ୟ ସରକାର ଜମି ହୀନ ମାନଙ୍କୁ ଜମି ଯୋଗାଇବା ପାଇଁ ପ୍ରତ୍ୟେକ ଜିଲ୍ଲାକୁ ନିର୍ଦ୍ଧେଶ ଦେଇଥିବା ବେଳେ ସେହି ଯୋଜନାରୁ ବଂଚିତ ଅଛନ୍ତି ମୋହନା ବ୍ଳକର ଅନେକ ପଚାଂୟତବାସୀ । ଜାଗା ଖଣ୍ଡେ ନମିଳିଥିବାରୁ ଏଠି ସେଠି ମୁଣ୍ଡ ଗେଞ୍ଜିବା ପାଇଁ ଚାଳ ଛପର କରି ରହିବାକୁ ପଡୁଛୀ । ସମୟ ଆସିଲେ ବଡ ବଡ ବାବୁମାନେ ଉକ୍ତ ଜାଗାରୁ ଜବରଦଖଲ ଉଚ୍ଛେଦ ପାଇଁ ସରକାରୀ ବାବୁମାନଙ୍କୁ ସଲାସୁତରା କରିଥାନ୍ତି । ଯାହାକି ପାଠ ପଢିବା ବୟସରେ ୨ଟି ଆଖି ହରାଇ ଦେଇଥିଲେ ସୀମା । ଏଭଳି କିଛି ସମସ୍ୟା ଦେଖିବାକୁ ମିଳିଛି ମୋହନା ବ୍ଳକର ମୋହନା ପଚାଂୟତ ହାଇସ୍କୁଲ ଛକ ନିକଟରେ ଥିବା ଜେକେ ପ୍ରୋଜେକ୍ଟ ଲିମିଟେଡ ପଡିଆରେ ରହି ଆସୁଥିବା ଆଜକୁ ପ୍ରାୟ ୩୨ ବର୍ଷ ହୋଇଗଲା । ନା ସରକାରଙ୍କ ତରଫରୁ କୌଣସି ଥଇଥାନ ପାଇଁ ଜାଗା ଖଣ୍ଡେ ମିଳି ପାରିଲା ନା ପକ୍କା ଘର ଖଣ୍ଡେ ମିଳିଛୀ । ଏହି ସବୁ ମୌଳିକ ସୁବିଧାରୟ ବଂଚିତ ଅଛନ୍ତି ସୀମାଙ୍କ ପରିବାର । ଛୋଟ ବୟରେ ଅଜଣା ରୋଗରେ ଅନ୍ଧବିଶ୍ୱାସରେ ୨ଟି ଆଖି ହରାଇଥିଲେ ସୀମା ଦଳପତି (୨୮) । ଆଖି ଜୀବପରେ ସେ ଅଷ୍ଟମ କ୍ଳାସ ପର୍ଯ୍ୟନ୍ତ ପାଠ ପଢିଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟୀହିନ ଓ ବଧିର ବିଦ୍ୟାଳୟ । ହେଲେ ଧିରେ ଧିରେ ବାପା ମାଁ ଙ୍କ ବୟସ କମି କମି ଆସୁଥିବା ବେଳେ ମା ଅଣ୍ଣହଳା ଦଳପତି ରୋଗୀଣା ଅବସ୍ଥାରେ ଘରେ ପଡିରହିଥିବା ବେଳେ ବାପା ଆଖିକି ଦେଖାଯାଉନାହିଁ । ମା ବାପା ଓ ପୁଅର ଜତ୍ନ ନେବା ପାଇଁ ନିଜ ସମ୍ପର୍କରେ ବିବାହ ବନ୍ଧରେ ଜଡିତ କରିଥିଲେ ପୁଅକୁ ହେଲେ ଘର ଚଳଇବା ପାଇଁ ନା କୌଣସି ପ୍ରକାର ସାହାର୍ଯ୍ୟ ମିଳିଛି ସରକାରଙ୍କ ପକ୍ଷରୁ ରାତି ପାହିଲେ ଏ ଗାଁରୁ ସେ ଗାଁ ସୀମା ଭିକ ମାଗି ଯାହା ଆଣନ୍ତି ତାକୁ ନେଇ ପରିବାର ବହୁତ କଷ୍ଟରେ ଚଳିଥାଏ । ମାକୁ ସରକାରଙ୍କ ସହାୟତାରେ ୧୦ କିଲୋ ଚାଉଳ ମିଳୁଥିବା ବେଳେ ବାପା ପୁଅ ବହୁଙ୍କୁ ମିଳୁନାହିଁ ଚାଉଳ ମୁଠାଏ । ପୁଅ ଓ ବାପାଙ୍କୁ ମିଳୁଛି ୭୦୦ ଲେଖାଏଁ ଭତା । ବାପାଙ୍କର ଆଧାର କାର୍ଡ ଥିବା ବେଳେ ପୁଅ ବହୁ ମାଙ୍କ ଆଧାର କାର୍ଡ ନଥିବା ଯୋଗୁଁ ସରକାରୀ ଚାଉଳ ପାଇପାରୁ ନାହାନ୍ତି । ନିଜସ୍ୱ ଜମି ଖଣ୍ଡେ ନଥିବାରୁ ଆବାସ ଯୋଜନାରୁ ବଚିଂତ ଅନ୍ଧ ପରିବାର । ଜମି ହୀନକୁ ଜମି ମିଳୁଥିବା ବେଳେ ସୀମାର ପରିବାରକୁ ମିଳୁନାହିଁ ଜମି ଖଣ୍ଡେ ମଧ୍ୟ ରାଜସ୍ୱ ବିଭାଗ ସବୁ ଦେଖି ମଧ୍ୟ ନିରବ ପାଲଟି ବସିଛନ୍ତି । ଯାହାରି ଫଳରେ ୨୮ ବର୍ଷର ଅନ୍ଧ ପୁଅ ସାଜିଛି ମା ବାପାଙ୍କ ଆସରା । ଭଙ୍ଗ କୁଡିଆରେ ଭିକ ମାଗି ଆଣି ଚଳୁଛି ୪ ଜୀବନ । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଏଥି ପ୍ରତି କେବେ ଦୃଷ୍ଟି ପଡିବ ସୀମାକୁ ମିଳିବ ପକ୍କା ଘର ଖଣ୍ଡେ, ଜମି ଖଣ୍ଡେ, ଚାଉଳ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ