ଏଫଏଟିଏଫ ବୈଠକ ଆରମ୍ଭ, ଚିନ୍ତାରେ ପାକିସ୍ତାନ

ନୂଆଦିଲ୍ଲୀ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆଜିଠାରୁ ଆରମ୍ଭ ହୋଇଛି ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ ) ବୈଠକ । ଟେରର ଫଣ୍ଡିଂ ମାମଲାରେ ଏହି ବୈଠକରେ ଆଲୋଚନା ହେଉଛି । ଏ ନେଇ ଏଫଏଟିଏଫ ଟୁଇଟ୍ କରି ସୂଚନା ଦେଇଛି । ୬ ଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ପାକିସ୍ତାନ କଳା ତାଲିକା ଭୁକ୍ତ ହେବ ନା ପୂର୍ବପରି ଗ୍ରେ ଲିଷ୍ଟରେ ରହିବ ସେ ବାବଦରେ ନିଷ୍ପତ୍ତି ନିଆଯିବ ।
ଗତବର୍ଷ ଜୁନରେ ଏଫଏଟିଏଫ୍ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଥିଲା । ଏହାପରେ ପାକିସ୍ତାନର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି । ଯଦି ଏବେ କଳା ତାଲିକାଭୁକ୍ତ କରାଯିବ ତାହେଲେ ଦେବାଳିଆ ହୋଇପଡ଼ିଥିବା ପାକିସ୍ତାନ ଆହୁରି କାଙ୍ଗାଳ ହେବାର ସମ୍ଭାବନା ରହିଛି । ତେଣୁ ପ୍ୟାରିସରେ ଚାଲିଥିବା ଏହି ବୈଠକ ଉପରେ ପାକିସ୍ତାନ ନଜର ରଖିଛି । ଏହି ବୈଠକ ପୂର୍ବରୁ ସେପ୍ଟେମ୍ବର ସୁଦ୍ଧା ଆତଙ୍କବାଦୀ ଫଣ୍ଡିଂ ଉପରେ ପାକିସ୍ତାନ କି ପଦକ୍ଷେପ ନେଇଛି ସେ ବାବଦରେ ପାକିସ୍ତାନ ସରକାରକୁ ରିପୋର୍ଟ ମାଗିଥିଲା ଏଫଟିଏଫ୍ ।
ଏଫଏଟିଏଫ ଏକ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା । ଯିଏକି ସମସ୍ତ ଦେଶର ଅର୍ଥନୀତି ଉପରେ ନଜର ରଖିଥାଏ । ଦୀର୍ଘ ୩୦ ବର୍ଷ ହେବ ଏହି ସଂସ୍ଥା ଏହି କାମ କରୁଛି । ଅନ୍ୟପଟେ ବୈଠକ ପୂର୍ବରୁ ନେଦରଲ୍ୟାଣ୍ଡର ଏକ ଥିଙ୍କ୍ ଟ୍ୟାଙ୍କର ପାକିସ୍ତାନକୁ କଳା ତାଲିକା ଭୁକ୍ତ କରାଯିବ କି ନାହିଁ ମତ ରଖିଛି । ଏଫଏଟିଏଫର ଏସିଆ ସଂସ୍ଥା ଏସିଆ ପେସିଫିକ ଗ୍ରୁପ (ଏପିଜି) ପାକିସ୍ତାନରେ ଟେରର ଫଣ୍ଡିକୁ ନେଇ କଳା ତାଲିକା ଭୁକ୍ତ କରିସାରିଛି । ହେଲେ ଏହାପରେ ବି ପାକିସ୍ତାନକୁ ଏଫଏଟିଏଫ ଗ୍ରେ ଲିଷ୍ଟରେ ରଖିବ ବୋଲି ଥିଙ୍କ ଟ୍ୟାଙ୍କର ମାନେ କହିଛନ୍ତି ।
ସେହିପରି ପାକିସ୍ତାନ ଏଫଏଟିଏଫ ନିୟମକୁ ପାଳନ କରୁଛି କି ନାହିଁ ୟୁରୋପ ଫାଉଣ୍ଡେଶନ ଫର ସାଉଥ ଏସିଆ ଷ୍ଟଡିଜ (ଇଏଫଏସଏଏସ) ସନ୍ଦେହ ପ୍ରକାଶ କରିଛି । ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ଯେଉଁ ଦାବି କରୁଛି ତାହା ଲୋକ ଦେଖାଣିଆ । ଯଦି ପାକିସ୍ତାନରେ ଏଭଳି ସ୍ଥିତି ଜାରି ରହିବ ତାହେଲେ ଆଗାମୀ ଦିନରେ ପାକିସ୍ତାନର ଅବସ୍ଥା ଆହୁରି ଖରାପ ହେବ ବୋଲି ଇଏଫଏସଏଏସ କହିଛି ।
ଅକ୍ଟୋବର ୮ରେ ଏଫଏଟିଏଫ ଏକ ରିପୋର୍ଟ ପ୍ରକାଶ କରିଥିଲା । ଯେଉଁଥିରେ ପାକିସ୍ତାନ ଏଫଏଟିଏଫର ନିୟମ ପାଳନ କରିବାରେ ୨୭ରୁ ୬ ମାର୍କ ରଖିଥିଲା । ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ଓ ଅନ୍ୟାନ୍ୟ ସହାୟତା ଦିଗରେ କାର୍ଯ୍ୟ କରିବା ପାଇଁ ପାକିସ୍ତାନକୁ ଯେଉଁ ନିର୍ଦ୍ଦେଶ ଦେଇଥିଲା, ତା’କୁ ଇମ୍ରାନ ସରକାର ଆଦୌ ପାଳନ କରିନାହାନ୍ତି ବୋଲି ଏଫଏଟିଏଫ କହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ