ସିନେ ସାମ୍ବାଦିକ ପରୀକ୍ଷିତ ଜେନାଙ୍କ ବିୟୋଗରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ସ୍ମୃତିସଭା

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଲାୟନ ଇଂ ବିପିନ ବିହାରୀ ନାୟକଙ୍କ ସଭାପତିତ୍ୱରେ ସିନେ ସାମ୍ବାଦିକ ତଥା ବାଣୀଚିତ୍ରର ପ୍ରତିଷ୍ଠାତା ସ୍ୱର୍ଗତ ପରୀକ୍ଷିତ ଜେନାଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜେନା ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ଓଡ଼ିଶା ଶାଖାର ଉପସଭାପତି ଥିଲେ ଏବଂ ସବୁବେଳେ ସଂସ୍ଥାକୁ ଦିଗ୍‌ଦର୍ଶନ ଦେଉଥିଲେ । ଗତ ୧୬ ତାରିଖ ସକାଳ ୬ଘଟିକା ସମୟରେ ପରୀକ୍ଷିତ ଜେନାଙ୍କ ଅକାଳ ବିୟୋଗ ଘଟିଥିଲା ଯାହା ସସ୍ଥାର କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଗଭୀର ମର୍ମାହତ କରିଛି । ସଂସ୍ଥାର ସଦସ୍ୟମାନେ ତାଙ୍କର ସ୍ମୃତି ମନ୍ଥନ କରି ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ତାଙ୍କର ଗୁଣକୁ ନେଇ ସମସ୍ତେ ଗୁମୁରି ଗୁମୁରି ମନସ୍ତାପ କରୁଥିଲେ । ଏହି ସ୍ମୃତିସଭାରେ ସାଧାରଣ ସମ୍ପାଦକ ଲାୟନ ଇଂ ବିପିନ ବିହାରୀ ନାୟକ, ଉପଦେଷ୍ଟା ଶ୍ରୀଯୁକ୍ତ ଅକ୍ଷୟ କୁମାର ପାଣି, ଅର୍ଥ ବିଭାଗ ସମ୍ପାଦକ ଶ୍ରୀ ସୁରେଶ ମହାପାତ୍ର, କଟକ ଶାଖାର ସଭାପତି ଶ୍ରୀ ଅଶୋକ କୁମାର ମହାପାତ୍ର, ସଂସ୍ଥାର ପିଆରଓ ଶ୍ରୀ ବାଳକୃଷ୍ଣ ରାଉତ, ସଦସ୍ୟ ଶ୍ରୀ ଅଜୟ କେଜେରିୱାଲ, ଶ୍ରୀ ଶ୍ୟାମ ସୁନ୍ଦର ମହାନ୍ତି, ଶ୍ରୀ ତାରିଣୀ ଦାସ ଓ ଦୀପକ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ