ଗ୍ରାଣ୍ଡ ଦିୱାଲି ଫେଷ୍ଟ ପାଇଁ ଭିଭୋର ରୋମାଂଚକର ଅଫର
ବିଶ୍ୱରେ ଅଭିନବ ସ୍ମାର୍ଟଫୋନ ଭିଭୋ ପକ୍ଷରୁ ସମସ୍ତ ନୂତନ ଭିଭୋ ଫୋନ ପାଇଁ ଭିଭୋ ଇ-ଷ୍ଟୋରରେ ଆକର୍ଷଣୀୟ ଦିପାବଳୀ ଅଫର ମାନ ଘୋଷଣା କରାଯାଇଛି । ଅକ୍ଟୋବର ୧୧ଠାରୁ ୧୫ ପର୍ଯ୍ୟନ୍ତ ଭିଭୋ ପକ୍ଷରୁ ଦିୱାଲି ଜ୍ୟାକପଟ୍ ୫୦% ପର୍ଯ୍ୟନ୍ତ ରିହାତି ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ଅଫର ଯଥା ୧୦% କ୍ୟାଶ୍ବ୍ୟାକ୍, ଫ୍ରି ସେଲଫି ଷ୍ଟିକ ଇତ୍ୟାଦିର ଘୋଷଣା କରାଯାଇଛି । ଏହି ଗ୍ରାଣ୍ଡ ଦିୱାଲି ଉତ୍ସବ ପାଇଁ ଭିଭୋ ଇ-ଷ୍ଟୋରରେ ଉପଲବ୍ଧ କିଛି ନୂତନ ସ୍ମାର୍ଟଫୋନ ଯଥା ଭିଭୋ ୟୁ-୧୦, ଜେଡ୍୧-ପ୍ରୋ ଓ ଜେଡ୍୧-ଏକ୍ସ ଉପରେ ଆକର୍ଷଣୀୟ ଅଫର ମାନ ଦିଆଯାଉଛି ।
ଗ୍ରାଣ୍ଡ ଦିୱାଲି ଫେଷ୍ଟ ସମୟରେ ଉପଭୋକ୍ତା ମାନେ ଭିଭୋ ଇଣ୍ଡିଆ ଇ-ଷ୍ଟୋରରେ ନିମ୍ନଲିଖିତ ଅଫରମାନ ପାଇ ପାରିବେ ।
– ଭିଭୋ ଜେଡ୍୧-ପ୍ରୋ ୧୨,୯୯୦ /୧୪,୯୯୦ /୧୬,୯୯୦ ରେ ଉପଲବ୍ଧ
– ପ୍ରିପେଡ ଅର୍ଡର ରେ ଜେଡ୍୧-ଏକ୍ସ ଉପରେ ଅତିରିକ୍ତ ୨୦୦୦ ଟଙ୍କା ଛାଡ
– ସିମିତ ମଡେଲରେ ମାଗଣା ସେଲଫି ଷ୍ଟିକ
– ମୋବାଇଲ କଭର ଉପରେ ୩୦୦ଟଙ୍କା ଛାଡ (କୁପନ କେବଳ ରେ ବୈଧ୍ୟ)
ନୂତନ ଜିଏଫ୍କେ କ୍ୱୁ-୨ ରିପୋର୍ଟ ଅନୁସାରେ, ଭିଭୋ ସ୍ମାର୍ଟଫୋନ ଭାରତରେ ବିକ୍ରିର ୨୧.୨% ଅଂଶ ହାସଲ କରିଛି । ଚଳିତ ବର୍ଷ ଭିଭୋ ଦେଶରେ ସଫଳ ୫ବର୍ଷ ପୁରଣ କରିଛି । ଭାରତରେ ଏକ ସଫଳ ଦୀର୍ଘକାଳିନ ବ୍ରାଣ୍ଡ ବନାଇବା ପାଇଁ ଏହାର ଚେଷ୍ଟା ଅବିରତ ରହିଛି ।


