ଶିଶୁ ଉଦ୍ୟାନ ଉଦଘାଟିତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଶାରଦା ବିଦ୍ୟାମନ୍ଦିର-୨ ଠାରେ ଏକ ଶିଶୁ ଉଦ୍ୟାନ ଉଦଘାଟିତ ହୋଇଯାଇଛି । ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଫକୀର ଚରଣ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଶିଶୁ ଉଦ୍ୟାନକୁ ଉଦଘାଟନ କରିଥିଲେ । ଶାରଦା ବିଦ୍ୟାମନ୍ଦିର ପ୍ରଧାନଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଏବିଓ ପୁରୁଷୋତ୍ତମ ଧଳ, ସ୍ଥାନୀୟ ସରପଞ୍ଚ ମନୋଜ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ତାରାକାନ୍ତ ରାଉତ, ଗୁରୁଜୀ ସୁଶାନ୍ତ କୁମାର ସେନାପତି, ସୁସ୍ମିତା ସ୍ୱାଇଁ, ଖବରଦାତା ଧ୍ରୁବଚରଣ ବାରିକ, ଅଜୟ କୁମାର ରାଉତ ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଉଦ୍ୟାନ ପାଇଁ ସହାୟତା ପ୍ରଦାନ କରିଥିବା ସମାଜସେବୀ ନାରାୟଣ ଚନ୍ଦ୍ର ସାହୁଙ୍କୁ ଅତିଥିମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷାବିତ ପବନ କୁମାର ନାୟକ ଅତିଥିପରିଚୟ ଓ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଗୁରୁଜୀ ନିର୍ମଳ କୁମାର ସେନାପତିଙ୍କ ସମେତ ଦମୟନ୍ତୀ ଦାସ, ସନ୍ତୋଷିନୀ ନାୟକ, କେଶବ ଚନ୍ଦ୍ର ସେଠୀ, ରତ୍ନାକର ରାଉତ, ଦିବାକର ରାଉତ, ନିତ୍ୟାନନ୍ଦ ସେନାପତି, ସୁଶାନ୍ତ କୁମାର ପଣ୍ଡା, ସସ୍ମିତା ମହାନ୍ତି, ସବିତା ରାଉତ, ଦମୟନ୍ତୀ ବେହେରା, ଅର୍ପିତା ନାୟକ ପ୍ରମୁଖ ପରିଚାଳନା କରିଥିଲେ ।


