ଆଦର୍ଶ ଶିକ୍ଷକ ନାରାୟଣ ଦାଶଙ୍କ ପରଲୋକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ସିଲନ୍ଦିସ୍ଥିତ କାହ୍ନୁ ଚରଣ ବିଦ୍ୟା ମନ୍ଦିରର ପ୍ରାକ୍ତନ ଶିକ୍ଷକ ନାରାୟଣ ଦାଶ(୬୭)ଙ୍କର ଶନିବାର ବିଳମ୍ବିତ ରାତ୍ରିରେ ହୃଦ୍‌ଘାତରେ ପରଲୋକ ଘଟିଛି । ସେ ରାତିରେ ଶୋଇବା ସମୟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ପରିବାରଲୋକେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପତ୍ନୀ, ଦୁଇ ପୁଅ, ବୋହୁ, ଝିଅ, ଜ୍ୱାଇଁ, ବଡ ଭାଇ, ଭାଉଜ, ପୁତୁରା, ନାତି, ନାତୁଣୀଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୌଭାଗ୍ୟ କୁମାର ଦାଶ, ପ୍ରାକ୍ତନ ସଂସ୍କୃତ ଶିକ୍ଷକ ସିଦ୍ଧେଶ୍ୱର ପଣ୍ଡା, ପ୍ରାକ୍ତନ କ୍ରୀଡା ଶିକ୍ଷକ ନାରାୟଣ ଚନ୍ଦ୍ର ପଣ୍ଡା, ପ୍ରାକ୍ତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ରାଉତ, କନିଷ୍ଠ ସହାୟକ ଉମେଶ ପ୍ରସାଦ କର, ଶିକ୍ଷା କର୍ମଚାରୀ ଗଙ୍ଗାଧର ପାତ୍ର, ପଦ୍ମନାଭ ଜେନା, ହରମୋହନ କର ପ୍ରମୁଖ ତାଙ୍କ ବାସ ଭବନରେ ପହଞ୍ôଚ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସେହିପରି ସରପଞ୍ଚ ଅଶୋକ କୁମାର ସାହୁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ତାଙ୍କ ମର ଶରୀରକୁ ବିଦ୍ୟାଳୟ ଓ ଗ୍ରାମ ପରିକ୍ରମା କରାଯାଇ ଅନ୍ତିିମ ସତ୍କାର କରାଯାଇଥିଲା । ସାନପୁଅ ତାପସ ମୁଖାଗ୍ନି ଦେଇଥିଲେ । ସେ ଜଣେ ନିଷ୍ଠାପର ଓ ଶାନ୍ତ ସରଳ ବ୍ୟକ୍ତି ଥିଲେ । ସେ କାହ୍ନୁ ଚରଣ ବିଦ୍ୟା ମନ୍ଦିରର ମୁଖ୍ୟ ପୁରୋଧା ଭାବେ ସମସ୍ତ ଦାୟୀତ୍ୱ ତୁଲାଇ ଆସିଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ