ଦୀନବନ୍ଧୁ ରାଉତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ;ମା ତାରିଣୀ ୧୧ ଚମ୍ପିୟାନ
ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ଜଳମଣ୍ଡୁଆ ପଞ୍ଚାୟତ ଚନ୍ଦ୍ରପୁର ଖେଳ ପଡ଼ିଆ ଠାରେ “ଜୟ ଯବାନ,ଜୟ କିଷାନ”ଯୁବକ ସଂଘ ଦ୍ୱାରା ଆୟୋଜିତ ଦୀନବନ୍ଧୁ ରାଉତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ୍ ମ୍ୟାଚ ବେତଡା ପଂଚାୟତ, ଅଂଢେଇପୋଲିର ପଵଜ଼ୀ ୧୧ ଓ ଧାମନଗର,ନବେରିର ମା ତାରିଣୀ୧୧ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ମା ତାରିଣୀ ୧୧ମ୍ୟାଚ ଜିଣି ଚମ୍ପିୟାନ ହୋଇଥିଲା । ଏହି ଉଦଯାପନି ଦିବସର ପୁରସ୍କାର ବିତରଣୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ ଯୋଗଦେଇ କ୍ରୀଡା ଶରୀରରେ ସନ୍ତୁଳନ ରକ୍ଷା କରିବା ସହ ଯୁବକମାନଙ୍କ ମଧ୍ୟରେ ଏକ ଅନନ୍ୟ ଆବେଗ ସୃଷ୍ଟି କରିଥାଏ,ତେଣୁ ହାରଜିତ ଖେଳର ଏକ ଅଂଶବିଶେଷ ଏଥିରେ ନିରୁତ୍ସାହିତ ନହୋଇ ଆଗକୁ ଉନ୍ନତ ପ୍ରଦର୍ଶନ ଜାରି ରଖିବାକୁ ଉଭୟ ଟିମର ଖେଳାଳି ଓ ଉପସ୍ଥିତ ଯୁବକ ସଂଘର କାର୍ଯ୍ୟକର୍ତା ମାନଙ୍କୁ ଆହ୍ୱାନ ଦେବାସହ ଉଭୟ ଚମ୍ପିୟାନ ଓ ରନର୍ସ ଅଫ ଟିମକୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । ଏହି ସମ୍ପୂର୍ଣ ମ୍ୟାଚରେ ମା ତାରିଣୀ କ୍ରିକେଟ ଟିମର ସଦସ୍ୟ ଦୀପକ ବିଶ୍ୱାଳ ବେଷ୍ଟ ବୋଲର ଭାବେ ବିବେଚିତ ହୋଇଥିବା ବେଳେ ବେଷ୍ଟ ଉଇକେଟ କିପର ଭାବେ ସୁଶାନ୍ତ ସାହୁ ବିବେଚିତ ହୋଇ ଜଳମଣ୍ଡୁଆ ପଂଚାୟତର ବିଜେପି ସଭାପତି ବଳରାମ ରାଉତଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ।ସେହିପରି ସମ୍ପୂର୍ଣ ଟୁର୍ଣ୍ଣାମେଣ୍ଟରେ ମ୍ୟାନ ଅଫ ଦି ସିରିଜ ପବଜି ୧୧ର ତନ୍ମୟସେନ ଦାସ ଓ ମ୍ୟାନ ଅଫ ଦି ମ୍ୟାଚ ଭାବେ ମା ତାରିଣୀ ୧୧ର ତୁଫାନ ସାହୁ ବିବେଚିତ ହୋଇ ଯୁବକ ସଂଘର ସମ୍ପାଦକ ବଳରାମ ସାମଲଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଅମ୍ପାୟାର ଭାବେ ଦୀପକ ପ୍ରଧାନ ଓ ସମ୍ବିଦ ରାଉତ ମ୍ୟାଚ ପରିଚାଳନା କରିଥିଲେ । ଏହି ସମ୍ପୂର୍ଣ କାର୍ଯ୍ୟକ୍ରମକୁ ଯୁବକସଙ୍ଘର ସଦସ୍ୟ ଜୟଦେବ ସାମଲ,ଆଲୋକ ରାଉତ,ରାକେଶ ରାଉତ,ଅଭୟ ରାଉତ,ପ୍ରଦୀପ ସାମଲ ପ୍ରମୁଖ ପରିଚାଳନା କରିଥିଲେ ।


