ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଧାମନଗରର ଦୁଇ କୃତୀ ଛାତ୍ରଛାତ୍ରୀ ମନୋ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ପାଇଁ ଗର୍ବର ବିଷୟ। ଆସନ୍ତା ସେପ୍ଟେମ୍ବର ୫ ଗୁରୁ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍ଭେନସନ୍ ସେଣ୍ଟରରେ ଆୟୋଜିତ ହେବାକୁ ଥିବା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର (MSP-2025)’ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ପାଇଁ ଧାମନଗର ବ୍ଲକର ଦୁଇଜଣ କୃତୀ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ‘Students Merit-cum-Scholarship Award 2025’ ତାଲିକାରେ ଧାମନଗର ବ୍ଲକ ଗୋପବନ୍ଧୁନଗର ହାଇସ୍କୁଲର ଦୁଇଜଣ ମେଧାବୀ ଶିକ୍ଷାର୍ଥୀ ସ୍ଥାନ ପାଇଛନ୍ତି। ସାଇଜୋତି ବେହେରା ଓ ସନ୍ତୋଷ କୁମାର ବେହେରା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ସେପ୍ଟେମ୍ବର ୫ରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ଉଭୟ କୃତୀ ଶିକ୍ଷାର୍ଥୀଙ୍କୁ ସମ୍ମାନିତ କରାଯିବ। ଏହି ସଫଳତାରେ ଗୋପବନ୍ଧୁନଗର ହାଇସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀ, ପରିଚାଳନା କମିଟି, ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଆନନ୍ଦ ପ୍ରକାଶ କରିବା ସହ ଉଭୟ କୃତୀ ଶିକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦୁଇ ଛାତ୍ରଛାତ୍ରୀଙ୍କ ଏହି ସଫଳତା ଧାମନଗର ଅଞ୍ଚଳ ପାଇଁ ଗୌରବର ବିଷୟ ହୋଇଛି।


