ରଣପୁର ନିର୍ବାଚନ ଲଢିବେ ମିଲି ପଣ୍ଡା
ରଣପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା। ଶୁଭଶ୍ରୀଙ୍କୁ କଂଗ୍ରେସ ଦଳ ପକ୍ଷରୁ ଟିକେଟ ଦିଆଯାଇଛି। ୨୦୧୪ରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୁରୁଣା ଦଳ ଆମ ଓଡ଼ିଶା ପାର୍ଟି ତରଫରୁ ନିର୍ବାଚନ ଲଢ଼ିଥିବା ଶୁଭଶ୍ରୀ ପଣ୍ଡା ଏଥର କଂଗ୍ରେସରୁ ଲଢ଼ିବେ। ରଣପୁରରେ ଚଳିତ ଥର ପ୍ରାର୍ଥୀ ବଦଳାଇଛି କଂଗ୍ରେସ । କଂଗ୍ରେସରେ ସାମିଲ ହେବାପରେ ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବା ପାଇଁ ଶୁଭଶ୍ରୀଙ୍କୁ ସୁଯୋଗ ଦେଇଛି ଦଳ ।


