ବିରୋଧୀଙ୍କୁ ୩୭୦ ଚ୍ୟାଲେଞ୍ଜ ଦେଲେ ମୋଦି
ଜଲଗାଓଁ: ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସ ଏବଂ ଏନସିପିକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ସେ କହିଛନ୍ତି, ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ୩୭୦ ଧାରା ଯଦି ସେମାନେ ପୁଣିଥରେ ଲାଗୁ କରିବାକୁ ଚାହୁଁଛନ୍ତି, ଏହାକୁ ନିର୍ବାଚନୀ ଇସ୍ତାହାରରେ ସାମିଲ କରନ୍ତୁ । ଅକ୍ଟାବର ୨୧ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମୋଦି ଏହି ଅବସରରେ ଆୟୋଜିତ ଏକ ଜନସଭାରେ ଏଭଳି ଉଦବୋଧନ ଦେଇଛନ୍ତି ।
ସେ କହିଛନ୍ତି, ଜମ୍ମୁ-କଶ୍ମୀର ଖଣ୍ଡେ ସ୍ଥାନ ନୁହେଁ ଏହା ଭାରତର ମକୁଟ ସଦୃଶ । ଗତ ୪୦ ବର୍ଷ ଧରି ଯେଉଁ ସ୍ଥାନରେ ଅସ୍ଥିରତା ଜାରି ରହିଛି ସେଠାରେ ମାତ୍ର ୪ ମାସରେ ସ୍ଥିତି ସ୍ୱାଭାବିକ ହାଇଯିବ ।
ମାଦି ଅଭିଯୋଗ ଆଣିଛନ୍ତି, ବିରୋଧୀ ଦଳ ଧାରା ୩୭୦କୁ ନେଇ ରାଜନୀତି କରୁଛନ୍ତି । ସେମାନେ ପାକିସ୍ତାନର ଭାଷାରେ କଥା କହୁଥିବା ମାଦି ଦୋହରାଇଛନ୍ତି । ସେ ମହାରାଷ୍ଟ୍ର ସରକାରକୁ ପ୍ରଶଂସା କରି କହିଛନ୍ତି, ଏହି ଦୁର୍ନୀତିମୁକ୍ତ ସରକାର ସମସ୍ତଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିପାରିଛି । ବିଶେଷ କରି କୃଷକ ଏବଂ ଶିଳ୍ପ କ୍ଷେତ୍ର ଆଦିରେ ଏହା ସମ୍ଭବପର ହାଇପାରିଛି ।
ଧାରା ୩୭୦ ଉଚ୍ଛେଦ ଏକ ଅଦ୍ଭୁତପୂର୍ବ ନିଷ୍ପତ୍ତି ଏବଂ ଏନସିପି ଓ କଂଗ୍ରେସ ଅଯଥା ଏହାକୁ ନେଇ ରାଜନୀତି କରୁଛନ୍ତି ବୋଲି ମୋଦି କହିଛନ୍ତି । ସେ କହିଥିଲେ ଜମ୍ମୁ-କଶ୍ମୀରକୁ ନେଇ ସାରା ଦେଶ ଯାହା ଭାବୁଥିଲେ ଏହି ୨ ରାଜ୍ୟ ତା’ର ଓଲଟା ଭାବିଥିଲେ । ପଡ଼ୋଶୀ ରାଷ୍ଟ୍ର (ପାକିସ୍ତାନ) ଲାଇନରେ ଏହି ଦଳର ନେତାମାନେ ଭାଷଣ ଦେଉଛନ୍ତି ବୋଲି ମୋଦି କହିଥିଲେ । ସେ ଏହାପରେ କହିଥିଲେ, ସେମାନେ ଏଭଳି କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ । ମୁଁ ଆହ୍ୱାନ କରୁଛି ଯଦି ସେମାନଙ୍କ ସତସାହସ ଅଛି ସେମାନେ ରାଜ୍ୟ ନିର୍ବାଚନ ଏବଂ ଭବିଷ୍ୟତର ନିର୍ବାଚନର ଇସ୍ତାହାରରେ ଉଲ୍ଲେଖ କରନ୍ତୁ ଯେ ସେମାନେ ସରକାରକୁ ଆସିଲେ ୩୭୦ ଏବଂ ୩୫ଏ ପୁଣି ଲାଗୁ କରିବେ ।”
ସେ କହିଥିଲେ, “ମୁଁ କାଇଁ ଭାବୁନି ଲୋକେ ୩୭୦ ଧାରା ଲାଗୁ କରିବାକୁ ଗ୍ରହଣ କରିବେ । ଯଦି ବିରୋଧୀ ଦଳ ଏମିତି କରିବେ ସେମାନଙ୍କର ଭବିଷ୍ୟତ ହିଁ ରହିବନି । ୩୭୦ ଉଚ୍ଛଆଦକ ଅକଳ୍ପନୀୟ ନିଷ୍ପତ୍ତି । ୩୭୦ ପାଇଁ ଜମ୍ମୁ-କଶ୍ମୀରରେ ବିଚ୍ଛନ୍ନତାବାଦ ଏବଂ ଆତଙ୍କବାଦ ମାଡ଼ିଚାଲିଥିଲା ।ଏହା ଗରିବ, ମହିଳା, ଦଳିତ ଏବଂ ପଛୁଆ ବର୍ଗର ଲାକଙ୍କ ବିକାଶରେ ବାଧା ସୃଷ୍ଟି କରୁଥିଲା । ଜମ୍ମୁ, କଶ୍ମୀର ଏବଂ ଲଦାଖର ବାଲ୍ମିକୀ ସମ୍ପ୍ରଦାୟର ଲୋକେ ମଧ୍ୟ ନିଜ ମାନବିକ ଅଧିକାର ହରାଇଥିଲେ ।”ସେ ଏହି ଅବସରରେ ଭଗବାନ ବାଲ୍ମିକୀଙ୍କୁ ପ୍ରଣାମ ଜଣାଇବା ସହ କହିଥିଲେ ବିଜେପି ଯାହା କହିଛି ତାହା କରି ଦେଖାଇଛି । ଉଦାରଣ ଦେଇ ସେ କହିଥିଲେ, ବିରାଧୀ ଟ୍ରିପଲ ତଲାକକୁ ନେଇ ଏତେ ବିରୋଧ କଲେ । ସେମାନେ ପ୍ରକୃତରେ ଚାହୁଁଥିଲେ ମୁସଲିମ୍ ଭଉଣୀମାନେ ନ୍ୟାୟ ନ ପାଆନ୍ତୁ । କିନ୍ତୁ ମୁଁ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କଲି । କାହାର ନାମ ନନେଇ ସେ କହିଥିଲେ, କ୍ଲାନ୍ତ ମେଣ୍ଟ ସହଯୋଗୀମାନେ କେବଳ ପରସ୍ପରକୁ ସମର୍ଥନ କରିବେ କିନ୍ତୁ ପ୍ରତିଶ୍ରୁତି ପୂରଣ କରିପାରିବେନି ।


