ଛାତ୍ରଛାତ୍ରୀବକୁ ମାସ୍କ ଓ ସାନିଟାଇଜର ବଣ୍ଟନ

ବୁଗୁଡା଼,(ଅନିଲ କୁମାର ମହାରଣା) : ସ୍ଥାନୀୟ ଶ୍ରୀ ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ମନୋଜ କୁମାର ସ୍ବାଇଁ ଙ୍କ ନେତୃତ୍ୱ ରେ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କୁ କୋଭିଡ଼୧୯ ସଚେତନତା ସହ ମାକ୍ସ ଓ ସାନିଟାଇଜର ବଣ୍ଟନ କରାଯାଇଛି। ଏହି ଶିକ୍ଷାନୁଷ୍ଠାନର ପ୍ରାକ୍ତନ ସଭାନେତ୍ରୀ ସ୍ବର୍ଗତ ସସ୍ମିତା ନାୟକଙ୍କ ନାମରେ ପରିଚାଳିତ ସସ୍ମିତା ମେମୋରିଏଲ୍ ଚାରିଟେବଲ ଟ୍ରଷ୍ଟ ଦ୍ୱାର ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ଼ଃ ସୁବାଷ ଚନ୍ଦ୍ର ପରିଡା ଶିକ୍ଷାନୁଷ୍ଠାନ ପରିସରରେ ରହିଥିବା ତାଙ୍କର ପତ୍ନୀ ସ୍ବର୍ଗତ ସସ୍ମିତା ନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।ଏହାପରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସ୍ଵାଇଁ ଓ କ୍ରୀଡ଼ା ଶିକ୍ଷକ ସତ୍ୟାଶ୍ରୀ କୁମାର ଜେନାଙ୍କ ସମେତ ଅନ୍ୟସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଥିଲେ। ପରିଶେଷରେ ଡ଼ଃ ପରିଡା ଶିକ୍ଷାନୁଷ୍ଠାନର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ