ସ୍ମାର୍ଟ କ୍ଲାସ ନିମନ୍ତେ ଦୁଇଟି ବିଦ୍ୟାଳୟ ବୁଲି ଦେଖିଲେ ବିଡିଓ ଓ ବିଇଓ
ଛତ୍ରପୁର ,(ଦେବଦତ୍ତ ମହାରଣା): ଚମାଖଣ୍ଡି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଚମାଖଣ୍ଡି ଉଚ୍ଚ ବିଦ୍ୟାଳୟକୁ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ ଓ ବିଇଓ ଅବିନାଶ ଶତପଥି ପରିଦର୍ଶନ କରି ଦୁଇଟି ବିଦ୍ୟାୟରେ ସ୍ମାର୍ଟ କ୍ଲାସ ନିମନ୍ତେ ।ାବଶ୍ୟକୀୟ ଥୀବା ବିଭିନ୍ନ ଭିତ୍ତିଭୁମିର ତଦାରଖ କରିଥିଲେ । ସ୍ମାର୍ଟ କ୍ଲାସ ନିମନ୍ତେ ଆବଶ୍ୟକୀୟ ଥିବା କୋଠରୀ,ବିଦ୍ୟୁତ ସୁବିଧା ଓ ପାନୀୟ ଜଳ ସମେତ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ବୁଲି ଦେଖିଥିଲେ । ଏଥି ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଛି । ଏହା ରାଜ୍ୟ କୁ ପଠାଯିବ ବୋଲି ସୂଚନା ମିଳିଛି । ଏହି ପରିଦର୍ଶନ ବେଳେ ଚମାଖଣ୍ଡି ସରପଞ୍ଚ ସୁସ୍ମିତା ପ୍ରଧାନ, ପୁର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଅଶୋକ କୁମାର ବେହେରା, ବ୍ଲକ କନିଷ୍ଠ ଯନ୍ତ୍ରୀ ଚନ୍ଦ୍ର ଶେଖର ଶଡଙ୍ଗୀ , ଭିଏଲଡବ୍ଲୁ ସନ୍ତୋଷ କୁମାର ବେହରୋ, ଓଡିଶା ଆଦର୍ଶ ବଦ୍ୟାଳୟ ର ପ୍ରିନ୍ସିପାଲ ଦାମ ସ୍ୱାଇଁ , ଚମାଖଣ୍ଡି ଇଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆର୍ . ଏନ୍ . ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।