ଘାତକ ସାଜିପାରେ ଆଇଲାଶେସ୍ ଏକ୍ସଟେନ୍‌ସନ୍ !

ସୁନ୍ଦର ଦେଖାଯିବା ସହିତ ନିଜକୁ ଏକ ଅଲଗା ଲୁକ୍ ଦେବା ପାଇଁ ବର୍ତ୍ତମାନ ଯୁବପିିଢ଼ି “ଆଇଲାଶେସ୍ ଏକ୍ସଟେନସନ୍‌’ କରୁଛନ୍ତି । ଏହି ପ୍ରକ୍ରିୟାରେ ଆଖିପତାର କେଶକୁ ଲମ୍ୱା ଓ ଘନ କରାଯାଇଥାଏ । ଏହା ବ୍ୟତୀତ ମାର୍କେଟ୍‌ରେ ରେଡିମେଡ୍ ଆଇଲାଶେସ୍ ମଧ୍ୟ ଉପଲବ୍ଧ ହେଉଛି, ଯାହାକୁ ବ୍ୟବହାର କରିବା ପରେ ପିଙ୍ଗି ଦିଆଯାଇଥାଏ । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଆଇଲାଶେସ୍ ଏକ୍ସଟେନ୍‌ସନ୍ କଲେ ଆପଣଙ୍କ ଆଖି ଉପରେ କ୍ଷତିକାରକ ପ୍ରଭାବ ପଡ଼ିଥାଏ ।
ପାର୍ଲର୍ କିମ୍ବା ମେଡିକାଲ୍ ଆପଣ ଯେଉଁଠି ବି ଆଇଲାଶେସ୍ ଏକ୍ସଟେନ୍‌ସନ୍ କରୁଛନ୍ତି, ମନେରଖନ୍ତୁ ଏହା ଦ୍ୱାରା ଆପଣଙ୍କ ଆଖିପତାର କେଶ କେବଳ ୬ ମାସ ପାଇଁ ବୃଦ୍ଧି ହୋଇଥାଏ । ଏହି ଏକ୍ସଟେନ୍‌ସନ୍ ପାଇଁ ୨ ଘଣ୍ଟା ସମୟ ଲାଗିଥାଏ । ଏହି ପ୍ରକ୍ରିୟାରେ ଆପଣଙ୍କ ଆଖିରେ କେମିକାଲ୍‌ର ପ୍ରୟୋଗ କରାଯାଇଥାଏ ଏବଂ ସିନ୍ଥେଟିକ୍ କେଶକୁ ଲିକ୍ୱିଡ୍ ସାହାଯ୍ୟରେ ଆଇଲାଶେସ୍ ସହିତ ଯୋଡ଼ାଯାଇଥାଏ । ଯଦି ପରେ ଆପଣ ଭବିଷ୍ୟତରେ ଆଇଲାଶେସ୍ ବାହାର କରିବାକୁ ଚାହୁଁଛନ୍ତି, ତେବେ ପ୍ରଫେସନାଲ୍‌ଙ୍କ ସାହାଯ୍ୟ ନେବାକୁ ପଡ଼ିବ । ସେହିପରି ମାର୍କେଟ୍‌ରେ ମିଳୁଥିବା ଆଇଲାଶେସ୍ ଲଗାଇବା ପାଇଁ ଗ୍ଲୁର ବ୍ୟବହାର କରାଯାଇଥାଏ । ଏଥିପାଇଁ କିଛି ଲୋକଙ୍କ ଆପଣଙ୍କ ଆଖି କୁଣ୍ଡେଇ ହେବା ଓ ପୋଡ଼ିବା ପରି ସମସ୍ୟା ଉପୁଜିଥାଏ । ସେଥିପାଇଁ ଆଖିରେ ଏହିପରି କୌଣସି ଜିନିଷ ଲଗାଇବା ପୂର୍ବରୁ ଏହାର ଲାଭ ଓ କ୍ଷତି ବିଷୟରେ ଜାଣି ନିଅନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ