ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ‘ଘୁଙ୍ଗୁଡ଼ି’
ଅନେକ ଲୋକ ଘୁଙ୍ଗୁଡ଼ି ମାରନ୍ତି । ତେବେ ଏହା ଏକ ସାଧାରଣ ସମସ୍ୟା ନୁହେଁ । ଏହା ଏକ ସାଂଘାତିକ ରୋଗ । ଏହାକୁ ନେଇ କିଛି ଲୋକଙ୍କର ଭୁଲ୍ ଧାରଣା ମଧ୍ୟ ରହିଛି । ସେମାନେ ଭାବନ୍ତି, ଘୁଙ୍ଗୁଡ଼ି ମାରିଲେ ଭଲ ନିଦ ହୋଇଥାଏ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍ । ଘୁଙ୍ଗୁଡ଼ି ହେବାର କାରଣ ଓ ଏହାକୁ ବନ୍ଦ କରିବାର ଉପାୟ କେତେକ ଉପାୟ ରହିଛି ।
ଡାଇବେଟିସ୍ କେତେ ଅଛି ଜାଣିବା ପାଇଁ ଯେପରି ମାପ ଅଛି, ସେହିପରି ଘୁଙ୍ଗୁଡ଼ିର ମଧ୍ୟ ଏକ ମାପ ଅଛି । ପଲିସୋମ୍ନୋଗ୍ରାଫି ନାମରେ ଏକ ସ୍ଲିପ୍ ଟେଷ୍ଟ୍ କରାଯାଏ, ଯେଉଁଥିରେ ଜଣାପଡ଼େ ଯେ ଘୁଙ୍ଗୁଡ଼ି କେତେ ମାରାତ୍ମକ । ଏହି ମାପକୁ “ଏଏଚ୍ଆଇ’ ବା “ଆପ୍ନିଆ ହାଇପ୍ନୋନିଆ ଇଣ୍ଡେକ୍ସ’ କୁହାଯାଏ ।
“ଆପ୍ନିଆ’ ଅର୍ଥ କେତେ ସମୟ ନିଶ୍ୱାସ ବନ୍ଦ ହେଉଛି । ସେହିପରି “ହାଇପ୍ନୋନିଆ’ରେ ଜଣେ ବ୍ୟକ୍ତିଙ୍କର ୫୦ ପ୍ରତିଶତ ନିଃଶ୍ୱାସ ବନ୍ଦ ହୋଇଥାଏ ।
ଆମ ମସ୍ତିଷ୍କରେ ଥିବା ସ୍ନାୟୁକୁ ଭଲ ଅକ୍ସିଜେନ୍ର ଆବଶ୍ୟକତା ରହିଛି । ଘୁଙ୍ଗୁଡ଼ି ମାରିଲେ ସାଧାରଣତଃ ଘଣ୍ଟାକୁ ଆମର ୫ ଥର ନିଃଶ୍ୱାସ ବନ୍ଦ ହୋଇଥାଏ । ନିଃଶ୍ୱାସ ବନ୍ଦ ହେଲେ ଶରୀରରେ ଅକ୍ସିଜେନ୍ର ଅଭାବ ପରିଲକ୍ଷିତ ହୋଇଥାଏ । ଫଳରେ ମସ୍ତିଷ୍କରେ ଥିବା ସ୍ନାୟୁଙ୍କୁ କ୍ଷତି ପହଞ୍ଚିଥାଏ ।


