କବି ସମ୍ରାଟ୍ ଚ୍ୟାଲେଞ୍ଜର ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦ୍ଘାଟିତ ।

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ଜି.ଟି ହାଇସ୍କୁଲ ଖେଳ ପଡିଆ ଠାରେ ବେଲଗୁଣ୍ଠା କବିସମ୍ରାଟ୍ ଆଥ୍ ଲେଟିକ୍ ଏସୋସିଏସନ୍ ଦ୍ୱାରା ଆୟୋଜିତ କବିସମ୍ରାଟ୍ ଚ୍ୟାଲେଞ୍ଜର ଟ୍ରଫି ତଥା ଆନ୍ତଃଜିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ର ଉଦ୍ଘାଟନ ହୋଇଯାଇଅଛି ।ଉଦ୍ଘାଟକ ଭାବରେ ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ତହସିଲଦାର ସରୋଜ କୁମାର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀଭୂଷଣ ମହାପାତ୍ର,ନୀର୍ବାହି ଅଧିକାରୀ ରାକେଶ କୁମାର ପାତ୍ର,ପୂର୍ବତନ ନଗର ପାଳ କୁନା ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ଶାରୀରିକ ବିକାଶ ଓ ଉତ୍ତର ସ୍ୱାସ୍ଥ୍ୟ ପାଇଁ ଖେଳର ଏକ ବିଶେଷ ଭୁମିକା ରହିଛି ।ଆମ ଅଞ୍ଚଳର କ୍ରିକେଟ ଖେଳ ବ୍ୟତୀତ ଅନ୍ୟ ଖେଳକୁ ମଧ୍ୟ ଯୁବ ପିଢ଼ି ଆଗ୍ରହ ପ୍ରକାଶ କରିବା ପାଇଁ ଅତିଥି ମାନେ ମତପ୍ରକାଶ କରିଥିଲେ ।ଆଜିର ପ୍ରଥମ ମ୍ୟାଚ୍ ରେ ଦଦରାଳୁଣ୍ଡା ଟିମ୍ ସହ ଚାଟୁଳା ଟିମ୍ ର ପ୍ରତିଯୋଗିତା ହୋଇଥିଲା ।୧୫ ଓଭର୍ ବିଶିଷ୍ଟ ହୋଇଥିବା ଏହି ମ୍ୟାଚ୍ ରେ ଦଦରାଳୁଣ୍ଡା ମ୍ୟାଚ୍ ଜିଣିଥିବା ସୁଚନା ମିଳିଛି ।ଭାଷ୍ୟକାର ଭାବରେ ଅଜିତ୍ କୁମାର ପଣ୍ଡା ଦାୟିତ୍ୱ ନୀର୍ବାହ କରିଥିବା ବେଳେ ଶ୍ରିନୁ ଓ ପ୍ରଶାନ୍ତ ଆମ୍ପାୟରିଂ କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟ୍ ରେ ୧୪ଟି ଦଳ ଅଂଶଗ୍ରହଣ କରିବାର ରହିଛି ବୋଲି ଜଣାପଡିଛି ।କବସମ୍ରାଟ୍ ଆଥ୍ ଲେଟିକ୍ ଏସୋସିଏସନ୍ ର ଶଙ୍କର ବେହେରା, ସନ୍ତୋଷ କୁମାର ଓ ରଘୁନାଥ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ