ଡିହସାହି ଗ୍ରାମ୍ୟ ବ୍ୟାଙ୍କରୁ ଚୋରୀ।

ଜଗତସିଂହପୁର, (ଅନସୂୟା ରାଉତ): ଜଗତସିଂହପୁର ଥାନା ଅନ୍ତର୍ଗତ କାଦୁଅପଡା ପଞ୍ଚାୟତର ଡିହସାହି ଗ୍ରାମ୍ଯବ୍ଯାଙ୍କରୁ ଗତକାଲି ରାତ୍ରିରେ ଚୋରୀ ହୋଇଛି। ଏ ବାବଦରେ ବ୍ଯାଙ୍କ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପାଇ ଜଗତସିଂହପୁର ଥାନା ଅଧିକାରୀ ରଜନୀ କାନ୍ତ ମିଶ୍ର ସଦଳବଳେ ଡିହସାହି ବଜାରସ୍ଥିତ ଗ୍ରାମ୍ଯ ବ୍ଯାଙ୍କରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛନ୍ତି। ସିସିଟିଭି ପୁଟେଜ୍ ଚୋରକୁ ଧରିବାରେ ସାହାଯ୍ୟ କରିବ ବୋଲି ସୂଚନା ମିଳିଛି। ବ୍ଯାଙ୍କରୁ କେତେ ଟଙ୍କାଚୋରି ହୋଇଛି ସେ ବାବଦରେ କୌଣସି ସୂଚନା ମିଳି ନାହିଁ। ପ୍ରକାଶ ଥାଉକି ଏହିବ୍ଯାଙ୍କ୍ ଉପରେ ପାଖାପାଖି ଦଶ ବାରଟି ପଞ୍ଚାୟତ ଲୋକ ଜମା ଓ ସୁନା ବନ୍ଧକ ରଖିଥାନ୍ତି। ପାଖା ପାଖି ପଚାଶ ହଜାର ଲୋକ ଏହି ବ୍ଯାଙ୍କ୍ ଉପରେ ନିର୍ଭର କରି ଥାନ୍ତି। ଏବେ ଧଳା ଜହର ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ମାତ୍ରାରେ ପ୍ରଚଳିତ ହୋଇଅଛି ବୋଲି ଅଭିଯୋଗ ହୋଇଛି। ଏଣୁ ନିଶାଡି ମାନେ ବ୍ଯାଙ୍କ ,ଏଟିଏମ୍ ଓ ରାହାଜାନି କରୁଥିବା ଅଭିଯୋଗ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ