ସରଳେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ; ଆମ୍ବୋ ଚମ୍ପିୟାନ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଡଅଁର ପଞ୍ଚାୟତର ସରଳାରେ ଚାଲିଥିବା ସରଳେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଆମ୍ବୋ କ୍ରିକେଟ କ୍ଲବ ନିଳକ କ୍ରିକେଟ କ୍ଲବକୁ ପରାସ୍ତ କରି ଚମ୍ପିୟାନ ହୋଇଛି । ପ୍ରଥମେ ଆମ୍ବୋ କ୍ରିକେଟ କ୍ଲବ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ଓଭରରେ ୯ଉଇକେଟ ହରାଇ ୧୧୭ରନ ସଂଗ୍ରହ କରିଥିଲା । ତାହାର ଜବାବରେ ନଳକ ମାତ୍ର ୧୦ଓଭରରେ ସମସ୍ତ ଉଇକେଟ ହରାଇ ୭୯ରନ କରିବାକୁ ସମର୍ଥ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ନାରାୟଣ ଜେନା, ରୁଦ୍ର ସା, ଶିକ୍ଷକ ସୁରଜ ପଟ୍ଟନାୟକ, ରତ୍ନାକର ସା, ରୁପକ ନାୟକ, ଅଭିନ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ପୁରସ୍କାର ବିତରଣୀ କରିଥିଲେ । ଭୀମସେନ ଭୋଇ, ଅନନ୍ତ ସା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍ମିତ ରଞ୍ଜନ ଜେନା, ତାପସ ପରିଡା, ଚିନ୍ମୟ ରାଉତ, ଶୁଭମ ପଟ୍ଟନାୟକ, ସରୋଜ ପରିଡା, ସୁଦର୍ଶନ ସା, ସୌଭାଗ୍ୟ ବେହେରା, ଜ୍ୟୋତିରଞ୍ଜନ ବେହେରା ସ୍କୋରର ଓ ଭାଷ୍ୟକାର ଭାବେ ଧାରା ବିବରଣୀ ପ୍ରଦାନ କରିଥିଲେ । ସନ୍ତୋଷ ପରିଡା, ସୌମ୍ୟ ରଞ୍ଜନ ଜେନା, ରାଜେଶ ରାଉତ, ଶୁଭେନ୍ଦୁ କୁମାର ଜେନା, ବିଶ୍ୱରଞ୍ଜନ ପରିଡା, ଜ୍ଞାନ ରଞ୍ଜନ ପରିଡା, ଶୁମ ଜେନା, କ୍ଷୀରୋଦ ପରିଡା, ଅଜୟ ରାଉତ, ସ୍ୱରୁପମ ବେହେରା, ପ୍ରଦୀପ ଭୋଇ, ପ୍ରଣୟ ପରିଡା, ମିଟୁନୁ ଭୋଇ, ଉପେନ୍ଦ୍ର ରାଉତ, ଶକ୍ତି ପରିଡା, ବିଭାଶ ପରିଡା, ବିନୋଦ ଜେନା, ବବୁଲ ମାଝୀ, ଦେବେନ୍ଦ୍ର ଜେନା, ମନୋଜ ପଟ୍ଟନାୟକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ