ବନ ବିଭାଗ ଦ୍ୱାରା ଜବତ ହୋଇଥିବା ପକଲେନ ମେସିନକୁ ନେଇ ପଳାଉଥିବା ଅଭିଯୋଗରେ ୩ ଗିରଫ

ଯୋଡା, (ସମୀର କୁମାର ଦାସ): ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ଅନ୍ତର୍ଗତ ପିଢପୋଖରୀ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ରାସ୍ତା ନିର୍ମାଣ କରୁଥିବା ଅଭିଯୋଗରେ ବନ ବିଭାଗ ପକ୍ଷରୁ ଏକ ପକଲେନ ଜବତ କରାଯାଇଥିଲା । ଏହି ପକଲେନ ମେସିନକୁ ନେଇ ପଳାଉଥିବା ଅଭିଯୋଗରେ ଗତକାଲି ବନ ବିଭାଗ ଝାଡଖଣ୍ଡ ରାଜ୍ୟ ଯାମଦା ଅଂଚଳର ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ହାସିମ ରାଜା, ମହେଶ ସିଂ ଓ ଅରବିନ୍ଦ କୁମାର ସିଂ ବୋଲି ଜଣାପଡିଛି । ବନ ବିଭାଗ ସୂତ୍ରରୁ ମିଳିଥିବା ସୁଚନା ଅନୁଯାୟୀ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଏକ ପକଲେନ ମେସିନ ସାହାଯ୍ୟରେ ଗତ ୨୮ ତାରିଖରେ ଗଛ କାଟାଯାଇ ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ ପାଇ ବନବିଭାଗ ଚଢାଉ କରିଥିଲା । ଘଟଣାସ୍ଥଳରୁ ଉକ୍ତ ପକଲେନ ମେସିନକୁ ଜବତ କରିଥିଲା । କାହା ଅନୁମତି ନେଇ ଉକ୍ତ ସ୍ଥାନରେ ରାସ୍ତା ନିର୍ମାଣ କରାଯାଉଥିଲା ଏ ନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଥିବା ବାମେବାରୀ ବନପାଳ ଜ୍ୟେତିନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ