“ଜର୍ସି’ର ହିନ୍ଦୀ ରିମେକ୍: କ୍ରିକେଟର ଚରିତ୍ରରେ ନଜର ଆସିବେ ଶାହିଦ
ବଲିଉଡ୍ ଫିଲ୍ମ “କବୀର ସିଂହ’ ବକ୍ସ ଅଫିସର ସଫଳ ହେବା ପରେ ଅଭିନେତା ଶାହିଦ କପୁର ଏବେ ପୁଣିଥରେ ତେଲୁଗୁ ଫିଲ୍ମର ହିନ୍ଦୀ ରିମେକରେ ନଜର ଆସିବେ । ଗତ ଏପ୍ରିଲ ମାସରେ ରିଲିଜ୍ ହୋଇଥିବା ତେଲୁଗୁ ଫିଲ୍ମ “ଜର୍ସି’ର ହିନ୍ଦୀ ରିମେକ୍ ପାଇଁ ସେ ସାଇନ୍ କରିଛନ୍ତି । ଫିଲ୍ମର କାହାଣୀ ଜଣେ ଅସଫଳ କ୍ରିକେଟର ଉପରେ ଆଧାରିତ । ଏଥିରେ ଶାହିଦଙ୍କୁ ଜଣେ କ୍ରିକେଟର ଚରିତ୍ରରେ ଦେଖିବାକୁ ମିଳିବ । ଏହାର ନିର୍ଦ୍ଦେଶନା ଦେବେ ମୂଳ ଫିଲ୍ମର ନିର୍ଦ୍ଦେଶକ ଗୌତମ ତିନ୍ନାନୁରୀ । ଆଲୁ ଅରବିନ୍ଦ, ଅମନ ଗିଲ ଏବଂ ଦିଲ ରାଜୁ ଫିଲ୍ମର ପ୍ରଯୋଜନା ଦାୟିିତ୍ୱରେ ରହିଛନ୍ତି । ଆସନ୍ତା ଅଗଷ୍ଟ ୨୧ରେ ଏହା ରିଲିଜ୍ ହେବ ବାଲି ଜଣାପଡ଼ିଛି । ପୂର୍ବରୁ ଶାହିଦଙ୍କୁ “ଦିଲ୍ ବୋଲେ ହଡ୍ଡିପା’ରେ କ୍ରିକେଟର ଭୂମିକାରେ ଦେଖିବାକୁ ମିଳିଥିଲା ।


