ଭୁବନେଶ୍ୱରସ୍ଥିତ ୮ନମ୍ବର ଉଚ୍ଚ ବିଦ୍ୟାଳୟ ୧୯୮୮ ବ୍ୟାଚ୍‌ର ବନ୍ଧୁ ମିଳନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଭୁବନେଶ୍ୱରସ୍ଥିତ ୮ନମ୍ବର ଉଚ୍ଚ ବିଦ୍ୟାଳୟର ୧୯୮୮ ବ୍ୟାଚ୍‌ର ବନ୍ଧୁ ମିଳନ ଗତ ତା. ୩୧.୦୧.୨୦୨୧ରିଖରେ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବରୁଣେଇ ପୀଠରେ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରୀ/ଛାତ୍ରଙ୍କୁ ନେଇ ମୌସୁମୀ ପ୍ରଧାନ, ତପନ ହରିଚନ୍ଦନ ଓ ପ୍ରଦ୍ୟୋତ୍ କୁମାର ଯତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତୃତୀୟ ଥର ପାଇଁ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ୩୧ ବର୍ଷର ବ୍ୟବଧାନ ପରେ ସାଙ୍ଗ ମାନଙ୍କୁ ପାଇ ପରସ୍ପର ମଧ୍ୟରେ ଖୁସିର ମାହୋଲ ଜାହିର କରିଥିଲେ । ପରିଶେଷରେ କରୋନା ମହାମାରୀର ନିୟମ ମାନି ଚଳିବା ପାଇଁ ଓଏଚ୍‌ପିସି ଦ୍ୱାରା ପ୍ରସ୍ତୁତ ମୁଖ ଆବୃତ କପଡ଼ା ଖଣ୍ଡ ୨ଟି ଲେଖାଏଁ ବଂଟନ କରିବା ସହିତ ଆଗାମୀ ଦିନରେ ବିଭିନ୍ନ ସାମାଜିକ ଉନ୍ନୟନମୂଳକ କାର୍ଯ୍ୟକ୍ରମାନ କରିବା ନିମିତ ପ୍ରତିଶ୍ରୁତି ବଦ୍ଧତା ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ