ଶିବାନନ୍ଦ ଆଶ୍ରମ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ
ଚିକିଟି,(କୁରେଶୁ ସାହୁ):କେ ନୂଆଗାଁ ଥାନା ଅନ୍ତର୍ଗତ ବୋମକେଇ ଶିବାନନ୍ଦ ଆଶ୍ରମ ଠାରେ ଲଭ ଟୁ ଲାଇଫ ତରଫରୁ ବ୍ରହ୍ମପୁର ରେଡ଼ କ୍ରସ ଶାଖା ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରର ମୁଖ୍ୟ ଉଦ୍ଘାଟକ ମହାରାଜ ସ୍ୱାମୀ ଗୋବିନ୍ଦ ଚନ୍ଦ୍ର ଓ ସନମାନନୀୟ ଅତିଥି ଶ୍ରୀ ସୂର୍ଯ୍ୟ ପରିଡା ଯୋଗଦେଇ ଥିଲେ।ରେଡ଼ କ୍ରସ ର କର୍ମୀ ପ୍ରଦୀପ କୁମାର ସୁବୁଦ୍ଧି,ଦେବାଶିଷ ପଣ୍ଡା,ରାମହରି ପଣ୍ଡା,ବସନ୍ତ ବେହେରା,ବାବୁନି ବେହେରା ରହି ୪୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ।ଲଭ ଟୁ ଲାଇଫ ର ସଭାପତି ସନ୍ତୋଷ କୁମାର ପ୍ରଧାନ,ସମ୍ପଦକ ପ୍ରଶାନ୍ତ କୁମାର ମହାକୁଡ଼,କୋଷ।ଧକ୍ଷ ପିଣ୍ଟୁ ବାଡତ୍ୟା ଓ ଲଭ ଟୁ ଲାଇଫ ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।


