ବେଗୁନିଆପଡା ବ୍ଲକ ପରିସରରେ ଯକ୍ଷ୍ମା ନିରାକରଣ ସକାଶେ ପରିକ୍ରମଣ ରଥ ର ଶୁଭାରମ୍ଭ

କୋଦଳା,(ଗୁଲସନ କୁମାର କର) :ସରକାରଙ୍କ ତରଫରୁ ସର୍ବ ଭାରତୀୟ ସ୍ତରରେ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଫେବୃଆରୀ ଦୁଇ ତାରିଖରୁ ଆରମ୍ଭ ହୋଇଥିବା ବେଳେ, ବେଗୁନିଆପଡା ବ୍ଲକ ପରିସରରେ ବି.ଡି.ଓ ବେଦବର ପ୍ରଧାନ ଙ୍କ ପୌରୋହିତରେ ଏକ ଯକ୍ଷ୍ମା ନୀରାକରଣ ରଥ କୁ ଦ୍ବୀପ ପ୍ରଜ୍ବଳନ କରିବା ସହ ସବୁଜ ପତାକା ଦେଖାଇ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ | ଏହି ରଥ ବେଗୁନିଆପଡା ବ୍ଲକ ର ସମସ୍ତ ୨୩ଟି ପଞ୍ଚାୟତ ରେ ଗାଁ କୁ ଗାଁ ବୁଲି ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ବି.ଡି.ଓ ଶ୍ରୀ ପ୍ରଧାନ |ଟି.ବି ହାରିବ-ଦେଶ ଜିତିବ ଏହି ସ୍ଲୋଗାନ ଦେଇ ପ୍ରତ୍ୟେକ ଗ୍ରାମ ରେ ଏହି ଟି. ବି ନିରାକରଣ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି କହିଛନ୍ତି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଡ଼ଃ.ସୁଜିତ କୁମାର ବେହେରା |ଏହି ରଥ ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା,ବେଗୁନିଆପଡା ବି.ଇ.ଓ କମଳାକାନ୍ତ ସାହୁ,ସି.ଡି.ପି.ଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ପି.ଏଚ.ଇ.ଓ କବି ଦାସ, ଟି.ବି ପରିଚାଳକ ଗୀତାରାଣୀ ପାଢୀ, ଡ଼ଃ.ସଞ୍ଜୟ ସାହୁ, ସମାଜସେବୀ ପ୍ରକାଶ କୁମାର ଜେନା ସମେତ ଟିବିସି,ଆଶାକର୍ମୀ ଓ ସ୍ବେଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ