ଚକାବନ୍ଦ ଆନ୍ଦୋଳନକୁ ସମର୍ଥନ ପାଇଁ ନବନିର୍ମାଣ କୃଷକ ସଂଗଠନର ନିବେଦନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟି କଳା କୃଷି ଆଇନକୁ ରଦ୍ଦ କରିବା ଦାବିରେ ଗତ ନଭେମ୍ବର ୨୬ ତାରିଖରୁ ଦିଲ୍ଲୀ ସୀମାରେ ଚାଲି ଆସିଥିବା ଚାଷୀ ଆନ୍ଦୋଳନକୁ ସଫଳ କରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନକ୍ରମେ ଆସନ୍ତା କାଲି ୧୨ ଘଟିକାରୁ ୩ ଘଟିକା ପଯର୍ପ୍ୟନ୍ତ ଚକାଜାମ ଡ଼ାକରା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ଚାଷୀମାନେ ଏହି ଆନ୍ଦୋଳନ ଚଳାଇଥିଲେ ହେଁ ସରକାର କୃଷକମାନଙ୍କ ସହ ୧୧ଥର ଆଲୋଚନା କଲା ପରେ ବି କୃଷି ବିଲ୍ ପ୍ରତ୍ୟାହାର ପାଇଁ ସହମତି ପ୍ରକାଶ କରିନାହାଁନ୍ତି । ଯେଉଁଥିପାଇଁ ପାର୍ଲାମେଣ୍ଟ ଠାରୁ ଆନ୍ତର୍ଜାତିକସ୍ତରରେ ମଧ୍ୟ ଏ ନେଇ ସରକାରଙ୍କ ଉପରେ ଚାପ ପଡୁଛି । ସରକାରଙ୍କୁ ଚାପଗ୍ରସ୍ତ କରି କଳା କାନୁନ ରଦ୍ଦ ଦାବିରେ ଆସନ୍ତାକାଲିର ଚକାବନ୍ଦ ଡ଼ାକରାକୁ ସମର୍ଥନ କରିବା ପାଇଁ ନବର୍ନିମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ନିବେଦନ କରିଛନ୍ତି । ଶ୍ରୀ ନନ୍ଦ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ଏହି ଆନ୍ଦୋଳନ କେବଳ ଚାଷୀମାନଙ୍କ ଆନ୍ଦୋଳନ ନୁହେଁ । କଳା କାନୁନ ଦ୍ୱାରା ଦେଶରେ ଉତ୍କଟ ଖାଦ୍ୟାଭାବ ଦେଖାଦେବ ଏବଂ ରୁଟି ପଟଟେ ୧୦୦ଟଙ୍କା ହୋଇଯିବାର ସମ୍ଭାବନା ଅଛି । ଅତଏବ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଇନ ଉଠିଗଲା ପରେ ଦେଶରେ ଖାଉଟି ବଜାର ଅସମ୍ଭାଳ ପରିସ୍ଥିତି ଦେଖାଯିବ ଏବଂ ସାଧାରଣ ଲୋକେ ଖାଇବାକୁ ପାଇବେ ନାହିଁ । ତେଣୁ ନୈତିକତା ଦୃଷ୍ଟିରୁ ସବୁବର୍ଗର ଲୋକଙ୍କୁ ନିବେଦନ କରାଯାଉଛି ଯେ, ୧୨ ଘଟିକାରୁ ୩ ଘଟିକା ପର୍ଯ୍ୟନ୍ତ ହେଉଥିବା ଚକାବନ୍ଦ ଆନ୍ଦୋଳନକୁ ନୈତିକ ସମର୍ଥନ ଦିଅନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ