୩୧୮ ପରୀକ୍ଷାର୍ଥୀ ଦେଲେ ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷା ।

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ସହରର ଦୁଇଟି ପରୀକ୍ଷା କେନ୍ଦ୍ରରେ ଫେବୃୟାରୀ ୫ ତାରିଖ ଦିନ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଷଷ୍ଠ ଓ ନବମ ଉଭୟ ଶ୍ରେଣୀର ୩୧୮ ଜଣ ଛାତ୍ରଛାତ୍ରୀ ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷା ଦେଇଥିବା ଜଣାପଡ଼ିଛି। ପିପୁଲସ ହାଇ ସ୍କୁଲ ପରୀକ୍ଷା କେନ୍ଦ୍ରରେ ଷଷ୍ଠ ଶ୍ରେଣୀର ୧୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ ଜଣ ଅନୁପସ୍ଥିତ ଥିବା ବେଳେ ୧୩୬ ଜଣ ପରୀକ୍ଷା ଦେଇଥିବା ବେଳେ ନବମ ଶ୍ରେଣୀର ୪୩ ଜଣଙ୍କ ମଧ୍ୟରୁ ଜଣେ ଅନୁପସ୍ଥିତ ଥିବା ବେଳେ ୪୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷା କେନ୍ଦ୍ରରେ ଉଭୟ ଶ୍ରେଣୀର ମୋଟ ୧୭୮ ଜଣ ପରୀକ୍ଷା ଦେଇଥିବା ବେଳେ ସୁପରିଟେଣ୍ଡଟ ଭାବେ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା ଓ ଡେପୁଟି ସୁପରିଟେଣ୍ଡଟ ଭାବେ ସହକାରୀ ଶିକ୍ଷକ କାହ୍ନୁ ଚରଣ ଗୌଡ଼ କାର୍ଯ୍ୟ ସମ୍ପାଦନ କରିଥିଲେ। ସେହିପରି ଶ୍ରୀ ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଷଷ୍ଠ ଶ୍ରେଣୀର ୧୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସମସ୍ତେ ପରୀକ୍ଷା ଦେଇଥିବା ବେଳେ ନବମ ଶ୍ରେଣୀର ୧୨୩ ଜଣଙ୍କ ମଧ୍ୟରୁ ୨ ଜଣ ଅନୁପସ୍ଥିତ ଥିବା ବେଳେ ୧୨୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହି କେନ୍ଦ୍ରରେ ୧୪୦ ଜଣ ପରୀକ୍ଷା ଦେଇଥିବା ବେଳେ ସୁପରିଟେଣ୍ଡଟ ଭାବେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର ଓ ଡେପୁଟି ସୁପରିଟେଣ୍ଡଟ ଭାବେ ସହକାରୀ ଶିକ୍ଷକ ରବିନାରାୟଣ ବରିହା କାର୍ଯ୍ୟ ସମ୍ପାଦନ କରିଥିଲେ। ଉଭୟ କେନ୍ଦ୍ରର ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟରତ ବିଇଓ ପ୍ରମୋଦ ଚନ୍ଦ୍ର ସେନାପତି କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଉଭୟ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ଭାବେ ବୃତ୍ତି ପରୀକ୍ଷା ଶେଷ ହୋଇଥିବା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ