ଏଖାରାଜାତ ମାହାଲ ରୟତ ସୁରକ୍ଷା କମିଟି ଓ ଆଞ୍ଚଳିକ ଭିଟାମାଟି ସୁରକ୍ଷା କମିଟି ଆନୁକୂଲ୍ୟରେ ଆହୂତ ସାମ୍ବାଦିକ ସମ୍ମିଳନୀ ବରମୁଣ୍ଡା (ଭୁବନେଶ୍ୱର)ଠାରେ ଅନୁଷ୍ଠିତ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ପୂର୍ବାହ୍ନ ୧୧.୩୦ ମିନିଟ୍ ସମୟରେ ପୂର୍ବତନ ଏଖାରାଜାତ ମାହାଲ ରୟତ ସୁରକ୍ଷା କମିଟି ଓ ଆଞ୍ଚଳିକ ଭିଟାମାଟି ସୁରକ୍ଷା କମିଟି ଆନୁକୂଲ୍ୟରେ ଆହୂତ ସାମ୍ବାଦିକ ସମ୍ମିଳନୀ ବରମୁଣ୍ଡା (ଭୁବନେଶ୍ୱର)ଠାରେ ଅନୁଷ୍ଠିତ ହୋଇଯାଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜଟଣୀର ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧାଜିଲ୍ଲା ବିଜେଡ଼ି ସଭାପତି ଶ୍ରୀଯୁକ୍ତ ବିଭୂତି ଭୂଷଣ ବଳବନ୍ତରାୟ, ରୟତ ସୁରକ୍ଷା କମିଟି ସଭାପତି ଶ୍ରୀ କୈଳାସ ଚନ୍ଦ୍ର ମହାପାତ୍ର, ଭିଟାମାଟି ସୁରକ୍ଷା କମିଟି ସଭାପତି ଶ୍ରୀ ସୁଦର୍ଶନ ସୁନ୍ଦରାୟ, ଖୋର୍ଦ୍ଧା ବିଜେଡ଼ି ପର୍ଯ୍ୟବେକ୍ଷକ ଶ୍ରୀ କୈଳାସ ପାତ୍ର ଉପସ୍ଥିତ ଥିଲେ । ରୟତ କମିଟି ତରଫରୁ ଶ୍ରୀ ବିବେକାନନ୍ଦ ପାଣିଗ୍ରାହୀ, ଶ୍ରୀ ଅଖିଳ ମିଶ୍ର, ଶ୍ରୀ ପ୍ରସନ୍ନ ମହାରଥୀ ଓ ଭିଟାମାଟି କମିଟି ତରଫରୁ ଶ୍ରୀ ବୀରକିଶୋର ବାରିକ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଏଖାରାଜାତ ମାହାଲ ଇଲାକାରେ ୩୬ଟି ଗ୍ରାମର ଲୋକଙ୍କ ଜମିଜମା ସମସ୍ୟା ଉପରେ ଆଲୋକପାତ କରିଥିଲେ । ତୁରନ୍ତ ଏହି ସମସ୍ୟାର ସମାଧାନ ନିମନ୍ତେ ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀ ବିଭୂତି ଭୂଷଣ ବଳବନ୍ତରାୟଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ରୟତ କମିଟିର ସଭାପତି ଶ୍ରୀ ମହାପାତ୍ର କହିଥିଲେ ଯେ, ଏଖାରାଜାତ ମାହାଲର ୧୫୬ଟି ଗ୍ରାମରୁ ପ୍ରାୟ ୧୨୦ଟି ଗ୍ରାମର ଜମିର ମାଲିକାନାସତ୍ତ୍ୱ ଯେଉଁଭଳି ଭାବରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ବଦଳା ଯାଇ ଓଡ଼ିଶା ସରକାର କରାଗଲା । ସେହି ନିୟମରେ ଜଟଣୀ ତଥା ପଡ଼ୋଶୀ ଗ୍ରାମର ମଧ୍ୟ କରାଯିବା ପାଇଁ ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଭାପତିଙ୍କ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ଜଟଣୀ ଖାସମାହାଲ ଜମି ସମସ୍ୟା ସମାଧାନ ଯେପରି ଭାବରେ କରାଗଲା, ସେହିଭଳି ଭାବରେ ଏଖାରାଜାତ ମାହାଲର ବାକି ଥିବା ୩୬ଟି ଗ୍ରାମର ସତ୍ତ୍ୱ ପରିବର୍ତ୍ତନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ଭିଟାମାଟି ସୁରକ୍ଷା କମିଟି ସଭାପତି ଶ୍ରୀଯୁକ୍ତ ସୁଦର୍ଶନ ସୁନ୍ଦରାୟ ତାଙ୍କ ମତ ରଖିଥିଲେ ଯେ, ଅତୀତରେ ପ୍ରାୟ ୧୦ହଜାରରୁ ଉର୍ଦ୍ଧ୍ୱ ଲୋକ ଆନ୍ଦୋଳନ ପାଇଁ ଯାଇଥିଲେ ମଧ୍ୟ ପ୍ରଶାସନ ନ ଚାହିଁବାରୁ ତାହା ସଫଳ ହୋଇପାରିଲା ନାହିଁ । ଏହି ମର୍ମରେ ସେ କେନ୍ଦ୍ରର ଚାଷୀ ଆନ୍ଦୋଳନ କଥା ଟିପ୍ପଣୀ ଦେଇଥିଲେ । ଯେପର୍ଯ୍ୟନ୍ତ ସରକାର ନ ଚାହିଁଛନ୍ତି, ସେ ପର୍ଯ୍ୟନ୍ତ କୌଣସି ସମସ୍ୟା ସମାଧାନ ହୋଇପାରିବ ନାହିଁ । ତେଣୁ ମାନ୍ୟବର ପୂର୍ବତନ ବିଧାୟକ ତଥା ବିଜେଡ଼ି ସଭାପତି ଶ୍ରୀ ବଳବନ୍ତରାୟ ମହୋଦୟ ଆଜି ଯେଉଁ ପ୍ରଚେଷ୍ଟା ଜାରି ରଖି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ । ଶ୍ରୀ ଅଖିଳ ମିଶ୍ର ଏଖାରାଜାତ ମାହାଲର ଜମି ସମସ୍ୟା ପାଇଁ ହଜାର ହଜାର ସାଧାରଣ ଲୋକ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହାକୁ ଉପସ୍ଥାପିତ କରିଥିଲେ । ଶ୍ରୀ ବିବେକାନନ୍ଦ ପାଣିଗ୍ରାହୀ ମତ ରଖିଥିଲେ ଯେ, ଯେତେବେଳେ ଜିଲ୍ଲା ପ୍ରଶାସନ ତାଙ୍କ ନିଜସ୍ୱ ଜମିକୁ ଉଚ୍ଛେଦ କରିବା ନିମନ୍ତେ ପଦକ୍ଷେପ ନେଇ ସାରିଥିଲା ଏବଂ ଉକ୍ତ ଉଚ୍ଛେଦ ସମୟରେ କୁଦିଆରୀ ଅଞ୍ଚଳର ଜଣେ ବ୍ୟକ୍ତି ଆତ୍ମାହୁୁତି ଦେଇ ମୃତ୍ୟୁବରଣ କରିଥିଲେ । ସେ ସମୟରେ ସେ ସମସ୍ତ ତଥ୍ୟ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ଦ୍ୱାରା ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଉଚ୍ଛେଦ କାର୍ଯ୍ୟ ବନ୍ଦ କରିଥିଲେ । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅଞ୍ଚଳର ଜମିଜମା ସମସ୍ୟାର ସମାଧାନ ପାଇଁ ଶ୍ରୀ ପସନ୍ନ କୁମାର ମହାରଥୀ ମତ ରଖିଥିଲେ ଯେ, ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦ୍ୱାରା ଜଟଣୀ ଅଞ୍ଚଳର ଜମିଜମା ସମସ୍ୟ ସମାଧାନ ହୋଇପାରିବ । ମାନ୍ୟବର ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ବିଭୂତି ଭୂଷଣ ବଳବନ୍ତରାୟ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକଙ୍କ ଉତ୍ତର ରଖିଥିଲେ । ବିଭିନ୍ନ ସମୟରେ ଜଟଣୀର କିଛି ନେତା ଗଣମାଧ୍ୟମରେ ବିଭିନ୍ନ ଶସ୍ତା ମତାମତ ରଖୁଛନ୍ତି ଏବଂ ବିଭିନ୍ନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ବିରୁଦ୍ଧରେ ଆପତ୍ତିଜନ ଶବ୍ଦ ମଧ୍ୟ ପ୍ରୟୋଗ କରୁଛନ୍ତି । ତେଣୁ ସେ ସତର୍କ କରାଇ ଦେଇଥିଲେ କି ଉକ୍ତ ଶସ୍ତା ନେତା ଭବିଷ୍ୟତରେ ଯଦି ଏଭଳି ଆଶଳୀନ ଟିପ୍ପଣୀ ଦିଅନ୍ତି, ତାହାହେଲେ ଖୋର୍ଦ୍ଧା ବିଜୁ ଜନତା ଦଳର ମହିଳା, ଯୁବ, ଛାତ୍ର ବିଜେଡ଼ି ଏହାର ଉଚିତ ଜବାବ ଦେବ ଓ ଥାନାରେ ମଧ୍ୟ ତାଙ୍କ ବିରୁଦ୍ଧରେ ଏତଲା ଦାୟର କରିବ । ଏଖାରାଜାତ ମାହାଲର ଜମିଜମା ସମସ୍ୟାର ସମାଧାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଉପସ୍ଥିତ ଥିବା ଜଟଣୀର ସମସ୍ତ ଗ୍ରାମର ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ ଯେ, ସେମାନଙ୍କ ଆନ୍ଦୋଳନ ଓ ସହଯୋଗ ଆଜି ସଫଳ ହେବାକୁ ଯାଉଛି । ସେ ମଧ୍ୟ ପ୍ରକାଶ କରିଥିଲେ କି, ଆମ ଜଟଣୀ ଅଞ୍ଚଳରେ ଯଦି କୌଣସି ଗ୍ରାମରେ ଇଞ୍ଚେ ମଧ୍ୟ ‘ଅମୃତ ମଣୋହି’ କିସମର ଜମି ଥାଏ, ତାହାହେଲେ ଜଟଣୀ ଅଞ୍ଚଳର ଜନସାଧାରଣ ସ୍ୱଇଚ୍ଛାରେ ଛାଡ଼ିଦେବେ । ଜଟଣୀ ଅଞ୍ଚଳରେ ଥିବା ୧୨ଟି ମୌଜାରେ ଜମିଜମା ସମସ୍ୟା ଦ୍ୱାରା ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନଥିବା ପ୍ରକାଶ କରିଥିଲେ । ତେଣୁ ଶ୍ରୀ ବଳବନ୍ତରାୟ ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ କିପରି ସମାଧାନ ହୋଇପାରିବ ସେ ବିଷୟରେ ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଭିଡ଼ିଓ କନ୍‌ଫରେନ୍ସିଙ୍ଗରେ କଥା ହୋଇଥିଲେ । ଶ୍ରୀ ଦାସ ଆସନ୍ତା ୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପାଇଁ ଉଭୟ ରୟତ ସୁରକ୍ଷା କମିଟି ଓ ଭିଟାମାଟି ସୁରକ୍ଷା କମିଟିର କର୍ମକର୍ତ୍ତା ଆସିବା ପାଇଁ ଶ୍ରୀ ବଳବନ୍ତରାୟଙ୍କୁ କହିଥିଲେ । ତେଣୁ ଜଟଣୀର ଦୀର୍ଘଦିନର ସମସ୍ୟା ଖୁବ୍ କମ୍ ଦିନରେ ସମସ୍ୟାର ସମାଧାନ ହେବାକୁ ଯାଉଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା ଜଣାଇଥିଲେ । ଶ୍ରୀ ବଳବନ୍ତରାୟ ସୂଚାଇ ଦେଇଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜଟଣୀର ଜମି ସମସ୍ୟା ସମାଧାନ ହେଉଥିବା ଜାଣି ଜଟଣୀର ବିଧାୟକ ଜ୍ୱର ବାଉଳାରେ ତାଟିଆ କାମୁଡ଼ିବା ଭଳି ହଠାତ୍ ସେହି ପୁରୁଣା ଶସ୍ତା କଥା ଗଣମାଧ୍ୟମରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ସରକାରୀ ଅଫିସରମାନେ ତାଙ୍କୁ କହିଛନ୍ତି ଜଟଣୀର ଜମିଜମା ସମସ୍ୟା ସମାଧାନ ହୋଇଯିବ । ତେଣୁ ଆସନ୍ତା ମାର୍ଚ୍ଚ ୧ରେ ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମ ସ୍ଥଗିତ ରଖାଗଲା । ଶ୍ରୀ ରାଉତରାୟ ଏହା ପୂର୍ବରୁ କହିଥିଲେ ରାଜ୍ୟାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମୂହ ଆତ୍ମାହୁତି ଦେବେ । ଏହାପରେ ମଧ୍ୟ ସେ ସେଥିରୁ ଓହରି ଯାଇଥିଲେ । ତାପରେ ମଧ୍ୟ ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଦେବା ପାଇଁ ଧମକ ଦେଇଥିଲେ । ସେଥିରୁ ମଧ୍ୟ ଓହରି ଯାଇଥିଲେ । ଏଭଳି ବାଚାଳାମି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ ଓ ଶାଳୀନତା ରକ୍ଷା କରନ୍ତ । ନଚେତ ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ଦୃଢ ଜବାବ ଦେବ ଓ ଆଇନର ଆଶ୍ରୟ ନେବ । ଶେଷରେ ସଭାପତି ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ