ରାଇରଙ୍ଗପୁର ଓକିଲ ସଂଘର ଆଇନ ପାଠାଗାର ଝାଡ଼ଖଣ୍ଡ ରାଜ୍ୟର ମହାମହିମ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଉଦ୍ଘାଟିତ
ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଓକିଲ ସଂଘର ଆଇନ ପାଠାଗାର ଗୁରୁବାର ଦିନ ଅପରାହ୍ନରେ ଝାଡ଼ଖଣ୍ଡ ରାଜ୍ୟର ମହାମହିମ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଶୁଭ ଉଦ୍ଘାଟିତ ହୋଇଯାଇଛି ।ଓଡ଼ିଶା ସିମାନ୍ତ ଏହି ଆଦିବାସୀ ଅଂଚଳ ରାଇରଙ୍ଗପୁର ଓକିଲ ସଂଘର ଆଇନଜୀବୀମାନଙ୍କ ଦ୍ବାରା ଏକ ସଭା ଆୟୋଜିତ ହୋଇଥିଲା । ଏହି ଆୟୋଜିତ ସଭାରେ ରାଇରଙ୍ଗପୁର ଓକିଲ ସଂଘର ସଭାପତି ଅକ୍ଷୟ ମହାନ୍ତି ସଭାପତିତ୍ବ କରିଥିଲେ । ମହାମହିମ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଓକିଲ ସଂଘର ସଂପାଦକ ରାମେଶ୍ବର ଅଧିକାରୀ, ଉପସଭାପତି ମନୋଜ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମାଜରେ ଆଇନଜୀବୀଙ୍କ ଭୂମିକା ଅବର୍ଣ୍ଣନୀୟ ।ବାସ୍ତୁବାଦୀ ଡିଜିଟାଲ ଦୂନିଆଁରେ ନୂଆ ନୂଆ ସମସ୍ୟା ଉଭା ହୋଇଛି । ଏହାକୁ ସାମ୍ନା କରିବା ପାଇଁ ଆଇନ ଜୀବୀ ମାନେ ଅଧିକ ପଠନ ଓ ଶିକ୍ଷିତ ହେବା ଦରକାର ବୋଲି ଦ୍ରୌପଦୀ ମୁର୍ମୁ ବକ୍ତବ୍ୟ ରଖିଥିଲେ । ପୁର୍ବତନ ଓକିଲ ସଂଘର ସଭାପତି ରସାନନ୍ଦ ଲେଙ୍କା ,ପୂର୍ବତନ ଓକିଲ ସଂଘର ସଭାପତି ପ୍ରଭାସ କବି ଏବଂ ଓକିଲ ସଂଘର ପୂର୍ବତନ ସଂପାଦକ ଗୋପିନାଥ ମାରାଣ୍ଡି ପ୍ରମୁଖ ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ବିଧାୟିକା ଥିବା ସମୟରେ ରାଇରଙ୍ଗପୁର ଓକିଲ ସଂଘ ସହ କିଭଳି ଜଡ଼ିତ ଥିଲେ ବର୍ଣ୍ଣନା କରିଥିଲେ ।ତାଙ୍କରି ବିଧାୟିକା ସମୟରେ ବିଧାୟକ ଅନୁଦାନ ପାଣ୍ଠିରେ ଓକିଲ ସଂଘର ଏକ ଗୃହ ନିର୍ମାଣ ହୋଇଥିଲା ।ବିଧିୟିକାରୁ ରାଜ୍ୟପାଳ ପର୍ଯ୍ୟନ୍ତ ସେ ସବୁ ସମୟରେ ରାଇରଙ୍ଗପୁର ଓକିଲ ସଂଘର ସହ ଜଡ଼ିତ ଥିଲେ । ରାଇରଙ୍ଗପୁର ଓକିଲ ସଂଘର ଆଇନଜୀବୀଙ୍କ ଆଇନ ପାଠାଗାର ର ଆବଶ୍ୟକତା ଓ ଲିଖିତ ଅନୁରୋଧ ରକ୍ଷାକରି ସେ ଦୁଇ ଲକ୍ଷ ଟଙ୍କାର ମୂଲ୍ୟବାନ ଆଇନ୍ ପୁସ୍ତକ ପ୍ରଦାନ କରିଛନ୍ତି । ବରିଷ୍ଠ ଆଇନଜୀବି ପ୍ରଭାସ କବି ବାମନଘାଟି ଉପଖଣ୍ଡର ରେଳ ସମସ୍ଯା ଗୋରୁମହିଷାଣୀରୁ -ବାଙ୍ଗିରିପୋଷୀ ଏବଂ ବାଦାମ ପାହାଡ଼ରୁ କେନ୍ଦୁଝର ରେଳ ସଂଯୋଗିକରଣ ପାଇଁ ପଦକ୍ଷେପ ନେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ । ସଭାରେ ପ୍ରାରମ୍ଭରେ ରାଜ୍ୟପାଳ କଚେରୀ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ତାହାପରେ ରାଇରଙ୍ଗପୁର କୋର୍ଟରେ ବୃକ୍ଷାରୋପଣ କରି ଆଇନଜୀବୀଙ୍କ ସଭାରେଯୋଗ ଦେଇଥିଲେ । ଦିବଂଗତ ଆଇନଜୀବୀଙ୍କ ପାଇଁ ୧ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ସମେତ ସମସ୍ତ ବିଭାଗର ଜଣେ ଓ ଆଇନଜୀବି ମାନେ ଉପସ୍ଥିତ ଥିଲେ ।


