ମଙ୍ଗୁଳି ଛକ ରେ ଚକା ଜାମ୍ ଆନ୍ଦୋଳନ
ଚୌଦ୍ଵାର,(ଦୀପକ୍ କୁମାର ବେଉରା): ସଂଯୁକ୍ତ କିଷାନ ମୋର୍ଚାର ଆହ୍ୱାନ କ୍ରମେ ଚୌଦ୍ଵାର ସଂଗଠନ ତରଫରୁ ମଙ୍ଗୁଳି ଛକ ଠାରେ ଅପରାହ୍ନ ୧୨ ଟା ରୁ ୩ ଟା ପର୍ଯ୍ୟନ୍ତ ଚକା ବନ୍ଦ ଆନ୍ଦୋଳନ କରାଯାଇଛି । କୃଷକ ନେତା ବିଷ୍ଣୁ ଚରଣ ବେହେରାଙ୍କ ନେତୃତ୍ୱ ରେ ହୋଇଥିବା ଏହି ଆନ୍ଦୋଳନ କୃଷକ ବିରୋଧି କୃଷି ଆଇନ ବାତିଲ ଓ କୃଷକ ମାନଙ୍କ ନାମରେ ମିଥ୍ୟା ମୋକଦ୍ଦମା ବନ୍ଦ କରିବା ଦାବିରେ ହୋଇଛି । ଶତାଧିକ ମହିଳା ଓ ପୁରୁଷ କର୍ମୀ ମାନେ ଏହି ଆନ୍ଦୋଳନ ରେ ଯୋଗଦେଇଥିଲେ । ଆନ୍ଦୋଳନ ଯୋଗ ଶତାଧିକ ଗାଡ଼ି ମୋଟର ଚଲା ଚଳ ବନ୍ଦ ରହିଥିଲା । ଟାଙ୍ଗୀ ପୋଲିସ ତରଫରୁ ସୁରକ୍ଷା ଦୃଷ୍ଟିରୁ କଡ ବନ୍ଦୋବସ୍ତ କରାଯାଇଥିଲା |


