୪୪ କେଜି ଗଞ୍ଜେଇ ସହ ୨ ଗିରଫ ; କାର ଜବତ

ମୋହନା ,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଏସ୍‌ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ସକାଳ ଓ ସନ୍ଧ୍ୟା ପେଟ୍ରୋଲିଂରେ ଗାଡି  ତନଘନା ବେଳେ କମଳାପୁର ନିକଟରେ ଏକ ଇଣ୍ଡିକୋ ଗାଡି ଯାଂଚ କରିବା ବେଳେ ଗାଡିରୁ ୪୪ କେଜି ଗଞ୍ଜେଇ ଜବତ କରିଛି ମୋହନା ପୁଲିସ । ଘଟଣାରୁ ପ୍ରକାଶ ଥାନା ସୁଜିତ କୁମାର ନାୟକଙ୍କ ତତ୍ୱବଧାନରେ ଏସଆଇ ସିନ୍ଧୁ ସାର୍କା ଓ ତାଙ୍କ ଟିମ କମଳାପୁର ଲୁହାଗୁଡି ନିକଟରେ ଗାଡି ଯାଂଚ କରୁଥିବା ବେଳେ ରା.ଉଦୟଗିରି ପଟୁ ଏକ ଇଣ୍ଡିକୋ ଗାଡି ନଂ ଓଆର ୦୨ ଏଜି ୭୩୧୫କୁ ଅଟକାଇ ଯାଂଚ କରିଥିଲେ । ସେଥିରେ ବସ୍ତାରେ ଗଞ୍ଜେଇ ଥିବା ଦେଖି ଗାଡିକୁ ଅଟକାଇ  ଥାନା ଅଧିକାରୀଙ୍କୁ ଜଣାଇଥିଲେ । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ଉପସ୍ଥିତରେ ଉକ୍ତ ଗଞ୍ଜେଇକୁ ଓଜନ କରିବାରୁ ତାହା ୪୪ କେଜି ୪ ଶହ ଗ୍ରାମ ହୋଇଥିଲା । ଏଥିରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରିଛି ପୁଲିସ ସେମାନେ ହେଲେ ଅଡବା ଥାନା ଅଚଂଳର ବେଞ୍ଜାମିନ ମାଝୀ ଓ ପ୍ରବିଣ ମାଝୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଉକ୍ତ ଗଞ୍ଜେଇ ଅନୁଗୁଳ ପଟୁ ଗଞ୍ଜାମ ଜିଲ୍ଲାକୁ ଚୋରା ଚାଲାଣ ହେଉଥିବା ଥାନା ପକ୍ଷରୁ ସୂଚନା ଦେଇଛନ୍ତି ଆଇ ଆଇ ସି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ