ବନ୍ଧୁତ୍ୱପୂର୍ଣ୍ଣ ୨୦-୨୦କ୍ରିକେଟ ମ୍ୟାଚ ଅନୁଷ୍ଠିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଯଶୋଟିକିରି ଖେଳ ପଡିଆ ଠାରେ ଆଜି ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ମହାବୀର କ୍ରିକେଟ କ୍ଲବର ଅଧ୍ୟକ୍ଷ ସୁଧାଂଶୁ ରାଉତ ଓ ସମ୍ପାଦକ ପ୍ରତାପ ପଣ୍ଡା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରତିଯୋଗିତାଟି ୟୁନିକ ଇଲେଭେନ ଧାମନଗର ସହିତ ଭଣ୍ଡାରିପୋଖରୀ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଧାମନଗର କ୍ରିକେଟ ଟିମ ୨୦ଓଭରରେ ୬ଉଇକେଟ ହରାଇ ୧୬୦ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଜଗନ୍ନାଥ ବେହେରା ୩୯ ଓ ବିନାୟକ ଖଣ୍ଡେୱାଲ ୩୨ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ସୁକାନ୍ତ ପଣ୍ଡା ୪ଓଭରରେ ୨୯ରନ ଦେଇ ୨ଉଇକେଟ ଓ ଜନ୍ମେଞ୍ଜୟ ଦାସ ୪ଓଭରରେ ୩୮ରନ ଦେଇ ୨ଟି ଉଇକେଟ ପାଇଥିଲେ । ଜବାବରେ ଭଣ୍ଡାରିପୋଖରୀ କ୍ରିକେଟ କ୍ଲବ ୧୯.୫ଓଭରରେ ୮ଉଇକେଟ ହରାଇ ୧୬୨ରନ କରି ବିଜୟଲାଭ କରିଥିଲା । ଦଳପକ୍ଷରୁ ସୁକାନ୍ତ ପଣ୍ଡା ୫୫ ଓ ତୁଷାର ମିଶ୍ର ୩୨ରନ ସଂଗ୍ରହ କରିଥିଲେ । ଅପରପକ୍ଷର ବୋଲର ଜଗନ୍ନାଥ ଜେନା ୪ଓଭର ବୋଲିଂ କରି ୨୮ରନ ଦେଇ ୨ଟି ଉଇକେଟ ପାଇଥିଲେ । ଅମ୍ପେୟାର ଭାବେ ମନୋଜ ଜେନା ଓ ଅଶୋକ ରାଉତ, ଭାଷ୍ୟକାର ଭାବେ ପ୍ରତ୍ୟୁଷ ସାହୁ, ପ୍ରଦୀପ ଜେନା, ସ୍କୋରର ଭାବେ ଚନ୍ଦନ ଦଳାଇ, ମାନସ ନନ୍ଦ, ଦେବାଶିଷ ରଥ ଦାୟିତ୍ୱ ନିର୍ବାହ କରିଥିଲେ । ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚଟିକୁ କ୍ଲବର ସଭାପତି ତପନ ପ୍ରଧାନ, ମ୍ୟାନେଜର ଉମେଶ ସ୍ୱାଇଁ, ମାନସ ପଣ୍ଡା, ଦିଲ୍ଲୀପ ପୃଷ୍ଟି, ଅବିନାଶ ପଣ୍ଡା, ଜାହିର ମହାନ୍ତି, ସାଗର ରଥ, କୈଳାସ ଦ୍ୱିବେଦୀ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ