ନାରାୟଣ ଯୁବ ସେବା ସଂଘ ପକ୍ଷରୁ ରକ୍ତଦାନ ଶିବିର
ଛତ୍ରପୁର : ସହିଦ୍-ଏ-ଆଜମ୍ ଭଗତ ସିଂଙ୍କ ସହିଦ ଦିବସ ଉପଲକ୍ଷେ ଛତ୍ରପୁର ଷ୍ଟେସନ ରୋଡ୍ ନାରାୟଣ ଯୁବ ସେବା ସଂଘ ଆନୁକୂଲ୍ୟରେ ୨୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ରକ୍ତଦାନ ଏକ ମହତ୍ କାର୍ଯ୍ୟ, ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆଯିବ ନାହିଁ । ଏଭଳି ସଙ୍କଳ୍ପ ନେଇ ଆଜି ସ୍ଥାନୀୟ ଷ୍ଟେସନ୍ ରୋଡ୍ କମ୍ୟୁନିଟ ଗୃହରେ ନାରାୟଣ ଯୁବ ସେବା ସଂଘର ସଦସ୍ୟ ମାନେ ଏକ ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା । ସମାଜସେବୀ ଭାଗିରଥୀ ବେହେରା ଶିବିରକୁ ଉଦ୍ଘାଟନ କରି ରକ୍ତଦାନ ଏକ ମହତ୍ କାର୍ଯ୍ୟ, ଯୁବକମାନେ ସ୍ୱେଚ୍ଛାକୃତ ଭାବେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଭୂୟଶ୍ରୀ ପ୍ରଂଶସା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାମାୟଣାମ୍ମା ବ୍ୟବସାୟ ସଂଘର ସଭାପତି ସୟଦ ମୁକ୍ତାର, ଇଜୁ ଆମିନ୍ ଖାନ୍, ନାରାୟଣ ଯୁବ ସେବା ସଂଘର ସଭାପତି ଜଲାଲ ଖାନ୍, ସଂପାଦକ ଜି.ସାନ୍ତୁ ରେଡ୍ଡି, ଉପସଭାପତି ପି.ନାଗେଶ୍ୱର ରାଓ, ଆନନ୍ଦ ରାଓ, ଏସ୍.ପ୍ରସାଦ ରାଓ, ଜି.ଧର୍ମା ରାଓ, ହେମନ୍ତ ବେହେରା, ରଘୁନାଥ ବେହେରା, ସୁବୋଧ ସୁମନ ସ୍ୱାଇଁ, ପ୍ରଶାନ୍ତ ବେହେରା, ଅଶ୍ୱିନୀ କୁମାର ସୁଆଁସିଆ ପ୍ରମୁଖ ସଂପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାରର ଡା.ରଶ୍ମିତା ପାଣିଗ୍ରାହୀ, ପ୍ରଦୀପ କୁମାର ସୁବୁଦ୍ଧି, ସୁଶାନ୍ତ କୁମାର ପାଣିଗ୍ରାହୀ, ରାମହରୀ ପଣ୍ଡା, ଡି.ବି.କାର୍କୀ ଓ ଚିନ୍ମୟ ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।


