ଦଧିବାନପୁର ଠାରେ କ୍ରାନ୍ତୀ ସଂଗଠନ ପକ୍ଷରୁ ଶାଖା କାର୍ଯ୍ୟାଳୟ ଉଦଘାଟିତ
ହାଟଡ଼ିହି, : କ୍ରାନ୍ତୀ ସଂଗଠନ ପକ୍ଷରୁ ଦଧିବାନପୁର ଠାରେ ଏକ ଶାଖା କାର୍ଯ୍ୟାଳୟ ଉଦଘାଟନ ହେବା ସହ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜାନକୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଅକରୁଆ ସରପଞ୍ଚ କୌଶଲ୍ୟା ସେଠୀ, ବାସୁମତୀ ପଣ୍ଡା, ମାର୍କଣ୍ଡ ଚରଣ ଓଝା, ପୁର୍ବତନ ସରପଞ୍ଚ ବିଶ୍ୱନାଥ ଖଟୁଆ, ସୁଦର୍ଶନ ଜେନା ପ୍ରମୁଖ ଯୋଗଦେଇ ସଂଗଠନର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହିତ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷକରି ମହିଳାମାନେ ସବୁ ସ୍ତରରେ ନିର୍ଯ୍ୟାତିତ ହେଉଥିବାବେଳେ ତାହାକୁ କିପରି ରୋକାଯାଇ ପାରିବ ଓ ଗାଁ ଗଣ୍ଡାରୁ କିପରି ମଦ ବନ୍ଦ କରାଯିବ ସେନେଇ ସଂଗଠନ ପକ୍ଷରୁ ଆଲୋଚନା କରାଯାଇଥିଲା । ଏହି ସମାବେଶରେ ଅକରୁଆ, ଆମ୍ବଗଡିଆ, ଦଧିବାନପୁର, ଭାତକରୁଆ ଆଦି ଗ୍ରାମର ଶହଶହ ମହିଳା ଯୋଗଦେଇଥିଲେ । ଅଭିଜିତ ଯେନା, କାଳନ୍ଦୀ ଯେନା, ମହେଶ୍ୱର ସାହୁ, କମଳାକାନ୍ତ ପରିଡା, ରାମଚନ୍ଦ୍ର ଖଣ୍ଡା, ଆନ ଖଟୁଆ, ସୁମନ୍ତ ସାହୁ, ଜାନକୀ ଯେନା, ଦେବକୀ ଯେନା, ରେବ ଯେନା, ରାଧା ଯେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।