ପୂର୍ବତନ ସରପଞ୍ଚ ରାଜ କିଶୋର ନାୟକଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ରାଜ୍ କିଶୋର ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ପ୍ରତିମୂର୍ତ୍ତୀ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି I ଏହି ଉତ୍ସବରେ ଅନ୍ୟତମ ଅତିଥି ରୂପେ ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ, ପୂର୍ବତନ ସମିତି ସଭ୍ୟ ବିଦ୍ୟାଧର ବିଷୋୟୀ, ପୂର୍ବତନ ସମିତି ସଭ୍ୟ ରାଜ୍ କୁମାର ବିଷୋୟୀ, ପୂର୍ବତନ ସରପଞ୍ଚ ବଳରାମ ଖଟେଇ, ଜିଲିବା ସେବା ସମବାୟ ସମିତି ସଭାପତି ପିତାମ୍ବର ଆପଟ ଏବଂ ପୂର୍ବତନ ନାଏବ ସରପଞ୍ଚ ମାଧବ ଚନ୍ଦ୍ର ଆପଟ ଯୋଗ ଦେଇଥିଲେ I ସ୍ଵର୍ଗତ ନାୟକଙ୍କ ପୁଅ ଯତୀନ୍, ଚନ୍ଦ୍ର ଶେଖର, ସ୍ତ୍ରୀ ତଥା ପୂର୍ବତନ ସରପଞ୍ଚ ରଞ୍ଜୁଲତା ନାୟକ ,ଭାଇ ବଳରାମ ପାଣ୍ଡବ, ବିପିନ ନାୟକ,ସୂର୍ଯ୍ୟକାନ୍ତ ନାୟକ କାଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ I ସ୍ଵର୍ଗତ ନାୟକ ଏକାଧାରରେ ଜଣେ ପୂର୍ବତନ ସରପଞ୍ଚ, ପାଣି ପଂଚାୟତ ସଭାପତି, କାଳଞ୍ଜି ସମାଜର ଗ୍ରାମ ସଭାପତି ଭଳି ବିଭିନ୍ନ ଅନୁଷ୍ଠାନର ପଦ ପଦବୀରେ ରହି ସମାଜ ମଙ୍ଗଳ କାର୍ଯ୍ୟ କରିଥିବା ଅତିଥି ମାନେ ସ୍ମୃତି ଚାରଣ କରିବା ସହ ଆଗାମୀ ଦିନରେ ଶ୍ରୀ ନାୟକଙ୍କ କରିଥିବା ଅଧୁରା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସହିତ ସେ ଦେଖିଥିବା ସ୍ଵପ୍ନକୁ ସାକାର କରିବା ପାଇଁ ମତ ପ୍ରକାଶ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ