ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ଉପକଣ୍ଠ ଗଞ୍ଜାମ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଗଞ୍ଜାମ ଏସପି ହରିଶ ବିଶିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ସୁଭଦ୍ରା ଯୋଜନା, ପାନୀୟ ଜଳ, ଆବାସ, ଜମିଜମା ଓ ରାସନ କାର୍ଡ ଭଳି ବିଭିନ୍ନ ସମସ୍ୟା ନେଇ ଲୋକେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ମୋଟ ୧୫୫ଟି ଅଭିଯୋଗର ଶୁଣାଣୀ କରିଥିଲେ। ସେଥିମଧ୍ୟରୁ ୧୨୫ଟି ବ୍ୟକ୍ତିଗତ ଓ ୩୦ଟି ସାମୂହିକ ଅଭିଯୋଗ ରହିଥିଲା। କେତେକ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ରେଡକ୍ରସ ପାଣ୍ଠିରୁ ୫ ଜଣ ହିତାଧିକାରୀଙ୍କୁ ମୋଟ ୪୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ଜଣେ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ଓ ଅନ୍ୟ ଜଣଙ୍କୁ ହ୍ୱିଲଚେୟାର ପ୍ରଦାନ କରାଯାଇଥିଲା। ସେହିପରି ୧୦ ଜଣଙ୍କୁ ରାସନ କାର୍ଡ ଏବଂ ୧୪ ଜଣଙ୍କୁ ନୂଆ ପେନସନ ଯୋଜନାର ସୁବିଧା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଗଞ୍ଜାମ ବିଡିଓ ଅଚ୍ୟୁତାନନ୍ଦ ଯାନୀ, ଗଞ୍ଜାମ ତହସିଲଦାର ସୁକାନ୍ତ ମିଶ୍ର, ଗଞ୍ଜାମ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ